ଶ୍ରୀ ସତ୍ୟ ସାଇ ସଂଗଠନ ଆନୁକୁଲ୍ୟରେ “ଶ୍ରୀ ସତ୍ୟ ସାଇ କଥାମୃତମ ”
ଶ୍ରୀ ସତ୍ୟ ସାଇ ସଂଗଠନ ଆନୁକୁଲ୍ୟରେ “ଶ୍ରୀ ସତ୍ୟ ସାଇ କଥାମୃତମ ”
ଶ୍ରୀ ସତ୍ୟ ସାଇ ସଂଗଠନ ଆନୁକୁଲ୍ୟରେ “ଶ୍ରୀ ସତ୍ୟ ସାଇ କଥାମୃତମ ”


ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରେକ୍ଷାଳୟରେ ସମ୍ବଲପୁର ଜିଲ୍ଲା ଶ୍ରୀ ସତ୍ୟ ସାଇ ସଂଗଠନ ଆନୁକୁଲ୍ୟରେ “ଶ୍ରୀ ସତ୍ୟ ସାଇ କଥାମୃତମ ” କାର୍ଯ୍ୟକ୍ରମ ହୋଇଯାଇଛି । ଏହି କଥାମୃତମ କାର୍ଯ୍ୟକ୍ରମରେ ମଣିଷ କିପରି ଦିବ୍ୟତା ପ୍ରାପ୍ତ ହୋଇ ପାରିବ ସେ ସମ୍ପର୍କରେ ଅଖିଳ ଭାରତୀୟ ଆଧ୍ୟାତ୍ମିକ ସଂଯୋଜକ, ସତ୍ୟସାଈ ସେବା ସଂଗଠନ,ଭାରତ ମୁରଲୀ ଜାଜୁ ବିଶ୍ଵ ବିଦ୍ୟାଳୟର ଶିକ୍ଷାର୍ଥୀ ମାନକୁ ଆକର୍ଷଣୀୟ ଦୃଷ୍ଟାନ୍ତ ମାଧ୍ଯମରେ ବିଷଦ ଭାବରେ ବୁଝାଇଥିଲେ। ବିଶ୍ଵ ବିଦ୍ୟାଳୟ ଶିକ୍ଷା ବିଭାଗ ଅଧକ୍ଷ ପାର୍ଥସାରଥୀ ମଲ୍ଲିକ ଶିକ୍ଷାର୍ଥୀ ମାନଙ୍କୁ ନିଜ ଭିତରେ ବିଦ୍ୟମାନ ଭାଗବାନଙ୍କର ଉପସ୍ଥିତି ହୃଦୟଙ୍ଗମ କରିବା ପାଇଁ ଆହ୍ବାନ ଦେଇଥିଲେ। ଶ୍ରୀ ଜାଜୁ ଅନ୍ୟକୁ ସ୍ଵାଗତ ସମ୍ଭାଷଣ ଜଣାଇବା ପାଇଁ କିପରି ସାଇରାମ ଶବ୍ଦ କୁ ଚମତ୍କାର ଢଙ୍ଗରେ ବ୍ୟବହାର କରାଯାଏ ବର୍ଣନା କରିଥିଲେ। କାର୍ଯ୍ୟକ୍ଷମ ପ୍ରାରମ୍ଭ ରେ ଶ୍ରୀ ସତ୍ୟ ସାଇ ଙ୍କର ୧୦୦ ତମ ଜନ୍ମ ଜୟନ୍ତୀ ଅବସରରେ ଏକ ପ୍ରଦର୍ଶନୀ ଉନ୍ମୋଚନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ଯୁବରାଜ ମୁନା ଉଦଯାପନୀ ଭାଷଣ ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମକୁ ସାଇ ବାହିନୀ ବିଶ୍ଵ ବିଦ୍ୟାଳୟ ଅଧ୍ୟାପିକା ଡ ସାଗରିକା ମିଶ୍ର ସଞ୍ଚାଳନ କରିଥିଲେ। ରାଜ୍ୟ କର୍ମକର୍ତ୍ତା ପ୍ରକାଶ ଦାଶ ଓ ଅରୁଣ କୁମାର ପାତ୍ରୋ ଦିଗ ଦର୍ଶନ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ଶିକ୍ଷାର୍ଥୀ ମାନଙ୍କୁ ସିଆରପି ତାଲିମ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଚିତାକର୍ଷକ ସାଇ ଭଜନ କାର୍ଯ୍ୟକ୍ରମ ଓ ” ସାଧାରଣ ହସ୍ତ କୁ ଦିବ୍ୟ ହସ୍ତରେ ରୂପାନ୍ତରଣ ସମ୍ବନ୍ଧ ରେ ଦିବ୍ୟ ସମ୍ଭାଷଣ ପ୍ରଦାନ କରିଥିଲେ। ସହସ୍ରାଧିକ ଭକ୍ତ ଶ୍ରୀ ସତ୍ୟସାଇ କଥାମୃତମ ଆମୋଦିତ ହୋଇଥିଲେ। ଶେଷରେ ଲଡୁ ଓ ସତ୍ୟ ସାଈ ବାବାଙ୍କ ଫଟୋ, ବିଭୂତି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସାଇପ୍ରସାଦ ତଦାରଖ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande