ବ୍ୟାଙ୍କ ଆକାଉଣ୍ଟରୁ ୧ଲକ୍ଷରୁ ଉର୍ଦ୍ଧ୍ବ ଗାୟବ
ବାରିପଦା,୧୨ ସେପ୍ଟେମ୍ବର (ହି.ସ.) ବାରିପଦା ସହରରେ ଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପ୍ରଭାତ କୁମାର ଦାସଙ୍କ ବ୍ୟାଙ୍କ ଆକାଉଂଟରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଛି। ଏନେଇ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସେ ଷ୍ଟେସନ ବଜାର ସ୍ଥ
ବ୍ୟାଙ୍କ ଆକାଉଣ୍ଟରୁ ୧ଲକ୍ଷରୁ ଉର୍ଦ୍ଧ୍ବ ଗାୟବ


ବାରିପଦା,୧୨ ସେପ୍ଟେମ୍ବର (ହି.ସ.) ବାରିପଦା ସହରରେ ଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପ୍ରଭାତ କୁମାର ଦାସଙ୍କ ବ୍ୟାଙ୍କ ଆକାଉଂଟରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଛି। ଏନେଇ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସେ ଷ୍ଟେସନ ବଜାର ସ୍ଥିତ ହାଟକୁ ଜିନିଷ କିଣିବାକୁ ଯାଇଥିଲେ। ଉକ୍ତ ସମୟରେ ତାଙ୍କ ମୋବାଇଲଟି ଚୋରି ହୋଇ ଯାଇଥିଲା। ଥାନାରେ ଅଭିଯୋଗ କରିବା ପରେ ବ୍ୟାଙ୍କ ଆକାଉଂଟ ଯାଂଚ କରିଥିଲେ। ତେବେ ତାଙ୍କ ଆକାଉଂଟରୁ ୧,୦୦,୨୦୦ ଟଙ୍କା ଗାୟବ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୁତ ଜଣକ ମୋବାଇଲ ଚୋରି କରି ବ୍ୟାଙ୍କ ଆକାଉଂଟରୁ ଟଙ୍କା ନେଇଥିବାର ଜାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande