ବାରିପଦା, ୧୨ ସେପ୍ଟେମ୍ବର (ହି.ସ.) - ଦୋକାନ ସମ୍ମୁଖରେ ପାର୍କିଂ ହୋଇଥିବା ସ୍କୁଟି ଚୋରି ହୋଇଛି। ଏନେଇ ଖାନୂଆ ଅଂଚଳର ସୀମା ସୋରେନ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଷ୍ଟେସନ ବଜାର ଅଂଚଳରେ ଦୋକାନ ସମ୍ମୁଖରେ ସ୍କୁଟି ପାର୍କିଂ କରିଥିଲେ। ଦୋକାନରେ ସିସି ଟିଭି ଥାଇ ନିରୋଳାର ସୁଯୋଗ ନେଇ ଚୋର ଦୋକାନ ସମ୍ମୁଖରୁ ସ୍କୁଟିକୁ ଚୋରି କରି ଚମ୍ପଟ ମାରିବାରେ ସଫଳ ହୋଇଛି । ସୀମା କାର୍ଯ୍ୟ ଶେଷ କରି ବାହାରକୁ ଆସି ସ୍କୁଟି ନ ଥିବାର ଦେଖିବାକୁ ପାଇଥିଲେ । ଏହାପରେ ଚାରିଆଡେ ଅନେକ ଖୋଜାଖୋଜି କରି ସ୍କୁଟିର କୌଣସି ସନ୍ଧାନ ନପାଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ