ଖୋଲାରେ ମାଂସ ବିକ୍ରିକୁ ବିରୋଧ : ହାଇକୋର୍ଟଙ୍କ ନିର୍ଦ୍ଦେଶ କଡାକଡି ଲାଗୁ ଦାବିକଲା ବିଜେପି
ସମ୍ବଲପୁର, ୧୨ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ସହରର ମୁଖ୍ୟରାସ୍ତା ଉପରେ ଖୋଲାରେ ଚାଲିଥିବା ମାଂସ ବିକ୍ରିକୁ ବିରୋଧ କରିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ ପୌରାୟୁକ୍ତଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରି ଏକ ଦାବିପତ୍ର ପ୍ରଦ
ଖୋଲାରେ ମାଂସ ବିକ୍ରିକୁ ବିରୋଧ : ହାଇକୋର୍ଟଙ୍କ ନିର୍ଦ୍ଦେଶ କଡାକଡି ଲାଗୁ ଦାବିକଲା ବିଜେପି


ସମ୍ବଲପୁର, ୧୨ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ସହରର ମୁଖ୍ୟରାସ୍ତା ଉପରେ ଖୋଲାରେ ଚାଲିଥିବା ମାଂସ ବିକ୍ରିକୁ ବିରୋଧ କରିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ ପୌରାୟୁକ୍ତଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ' ସମ୍ବଲପୁର ସହରର ସେନପାର୍କ ଛକରୁ ଜିଲ୍ଲାସ୍କୁଲ ଛକ୍ ଯାଏଁ ଛତୁ ଫୁଟିବା ସଦୃଶ୍ୟ ମାଂସ ଦୋକାନ ରହିଛି। ଏହି ଦୋକାନ ଗୁଡିକରେ ଛେଳି ଓ କୁକୁଡ଼ାକୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇ ଏହାର ମାଂସ ଖୋଲାରେ ବିକ୍ରି କରାଯାଉଛି। ସର୍ବସାଧାରଣରେ ଏଭଳି ଦୃଶ୍ୟ ଦେଖିବା ପରେ ହିଂସା ଓ ଘୃଣ୍ୟ ମାନସିକତା ଭାବ ଜାଗ୍ରତ କରାଇବା ବେଆଇନ ଅଟେ। ସେଇ ରାସ୍ତାଦେଇ ନିୟମିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, କୋମଳମତି ଶିଶୁ ଓ ସାଧାରଣ ଲୋକ ଯାତାୟାତ କରିଥାଆନ୍ତି। ଦୋକାନ ଗୁଡିକରେ କଟା ଛେଳିକୁ ଟଙ୍ଗା ଯାଇଥିବା ଦୃଶ୍ୟ ଦେଖିବା ପରେ କୁନିକୁନି ଛାତ୍ରଛାତ୍ରୀଙ୍କ ମାନସିକତା ପ୍ରତି ଏକ ଭିନ୍ନ ମନୋଭାବ ସୃଷ୍ଟି କରାଉଛି। ତତ୍ ସଙ୍ଗେସଙ୍ଗେ ନିରାମିଷ ଖାଉଥିବା ଲୋକଙ୍କ ଉପରେ ମଧ୍ୟ ଏକ ନକରାତ୍ମକ ଓ କୁପ୍ରଭାବ ପଡୁଛି। ସେହିପରି ମାଂସ ଦୋକାନ ଗୁଡିକରେ ପରିଷ୍କାର ପରିଚ୍ଛନ୍ନତାକୁ ମଧ୍ୟ ଗୁରୁତ୍ୱ ଦିଆ ଯାଉନାହିଁ। ଅପରିଷ୍କାର ପରିବେଶ ଯୋଗୁଁ ସେଇ ଅଂଚଳର ବାତାବରଣ ଅତ୍ୟନ୍ତ ଦୁର୍ଗନ୍ଧମୟ ବାତାବରଣ ରହୁଛି। ଏଥିସହିତ ଛେଳି ଓ କୁକୁଡ଼ାର ବର୍ଜ୍ୟ ଅଂଶକୁ ପାଖରେ ଥିବା ନାଳରେ ଫିଙ୍ଗି ଦିଆଯାଉଛି। ଯାହାକି ସେଇ ନାଳ ଜରିଆରେ ଏହି ଆବର୍ଜ୍ଜନା ସିଧାସଳଖ ମହାନଦୀର ପାଣି ମିଶି ମହାନଦୀର ଜଳ ପ୍ରଦୂଷିତ ହେବାରେ ଏହା ଏକ ଅଂଶ ବିଶେଷ ପାଲଟିଛି। ମାଂସ ଦୋକାନୀମାନେ ନିଜ ନିଜ ଦୋକାନର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ବର୍ଜ୍ୟ ଅଂଶକୁ ସରକାରୀ ନିୟମାନୁଯାୟୀ ପ୍ରକୃତ ସ୍ଥାନରେ ଫିଙ୍ଗିବା ଉଚିତ୍‌। ସମସ୍ତ ପ୍ରସଙ୍ଗକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ' ମାଂସ ଦୋକାନୀ ମାନେ କୌଣସି ପ୍ରକାରର ସରକାରୀ ନିୟମକୁ ଅନୁସରଣ କରୁନାହାଁନ୍ତି।

ଏଣୁ ଉକ୍ତ ଅଂଚଳର ଦୋକାନୀ ମାନଙ୍କୁ ମହାନଗର ନିଗମ ତରଫରୁ ଯଥାବିଧି ନୋଟିସ ଜାରି କରାଯାଉ। କଟା ଛେଳି ଓ କୁକୁଡ଼ା ମାଂସକୁ ସର୍ବ ସାଧାରଣଙ୍କ ଦୃଷ୍ଟିରେ ନପଡିବା ଭଳି ସ୍ଥାନରେ ରଖାଯାଉ। ଆମିଷ ଦୋକାନୀଙ୍କ ପାଇଁ ମାନ୍ୟବର ହାଇକୋର୍ଟଙ୍କ ରହିଥିବା ସମସ୍ତ ନିର୍ଦ୍ଦେଶ ନିୟମାବଳୀ ଓ ସର୍ତାବଳୀକୁ ସମ୍ବଲପୁର ସହରରେ କଡାକଡି ଭାବେ ଲାଗୁ କରାଯାଉ। ସମସ୍ତ ବିଷୟରେ ଅବଗତ କରାଇବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ପୋ?ରାୟୁକ୍ତ ରେହାନ ଖେତ୍ରୀ ଉପସ୍ଥାପିତ ଦାବି ଗୁଡିକ ଉପରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରାଙ୍କ ନେତୃତ୍ୱରେ ଯାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ଅଜିତ ବେହେରା, ସୋମିତ୍ର ଜ୍ୟୋତି, ଆଲୋକ ପଣ୍ଡା ଓ ବିଜେପି ପ୍ରବକ୍ତା ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande