ଭି ଆଇ ପି ଭଳି ନୁହେଁ ମୁଁ ସ୍କୁଟି ରେ ଅଚାନକ ଆସିବି କ୍ଲାସ୍ ରେ ପିଲାଙ୍କୁ ପାଠ ପଢାଇବି : ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର, 12 ସେପ୍ଟେମ୍ବର (ହି.ସ)ସୁବର୍ଣ୍ଣପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ଡଃ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ସହରରେ ଥିବା ବିଭିନ୍ନ ଶିକ୍ଷା ସ୍ବାସ୍ଥ୍ୟ ତଥା ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ I ସକାଳେ ପ୍ରଥମେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଠାରେ
ଭି ଆଇ ପି ଭଳି ନୁହେଁ ମୁଁ ସ୍କୁଟି ରେ ଅଚାନକ ଆସିବି କ୍ଲାସ୍ ରେ ପିଲାଙ୍କୁ ପାଠ ପଢାଇବି : ସୁବର୍ଣ୍ଣପୁର ଜିଲ୍ଲାପାଳ


ଭି ଆଇ ପି ଭଳି ନୁହେଁ ମୁଁ ସ୍କୁଟି ରେ ଅଚାନକ ଆସିବି କ୍ଲାସ୍ ରେ ପିଲାଙ୍କୁ ପାଠ ପଢାଇବି : ସୁବର୍ଣ୍ଣପୁର ଜିଲ୍ଲାପାଳ


ସୁବର୍ଣ୍ଣପୁର, 12 ସେପ୍ଟେମ୍ବର (ହି.ସ)ସୁବର୍ଣ୍ଣପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ଡଃ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ସହରରେ ଥିବା ବିଭିନ୍ନ ଶିକ୍ଷା ସ୍ବାସ୍ଥ୍ୟ ତଥା ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ I ସକାଳେ ପ୍ରଥମେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଠାରେ ବୃକ୍ଷରୋପଣ କାର୍ଯ୍ଯ ରେ ଯୋଗ ଦେବା ସହ ପରିବେଶ ସୁରକ୍ଷା ଓ ଉତ୍ତମ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବାକୁ ସି ଡି ଏମ୍ ଓ,ଡାକ୍ତର ଓ କର୍ମଚାରୀ ଙ୍କୁ ପରାମର୍ଶ କରିଥିଲେ l ସହର ଉପକଣ୍ଠରେ ଥିବା ଧୋବାବାହାଲି ଗ୍ରାମ ଦେଇ ଶ୍ରୀ ଶ୍ରୀ ଯୋଗେଶ୍ବର ମନ୍ଦିର ପହଞ୍ଚି ଦର୍ଶନ କରି ଏ ଗାଁ ର ସମସ୍ୟା ବୁଝି ଥିଲେ I ସର୍ବ ପୁରାତନ ଲେପ୍ରା ସୋସାଇଟି କାର୍ଯ୍ୟାଳୟ ଯାଇ ସେଠାରେ କୁଷ୍ଠମୁକ୍ତ ଲୋକମାନଙ୍କ ଗହଣରେ କିଛି ସମୟ ଅତିବାହିତ କରି ଥିଲେ I ସେଠାରୁ ଜିଲ୍ଲାପାଳଙ୍କ ପୋଷ୍ୟ ବିଦ୍ୟାଳୟ ମହାରାଜା ଉଚ୍ଚ ବିଦ୍ୟାଳୟ ପହଞ୍ଚି ଆଲୁମିନି କମିଟି ର କିଛି ଦାବୀ ଉପରେ ଆଲୋଚନା କରିଥିଲେ l ଓ ଏହି ସର୍ବ ପୁରାତନ ହାଇସ୍କୁଲ ରେ ସରକାରୀ ଅନୁଦାନ ରେ ପୂର୍ବ ରୁ ହୋଇଥିବା ଓ ହେବାକୁ ଥିବା ପ୍ରତ୍ୟେକ ଉନ୍ନତୀ ମୂଳକ କାର୍ଯ୍ୟ ର ତାଲିକା ଓ ଖର୍ଚ୍ଚ ବଜେଟ୍ ପ୍ରସ୍ତୁତି କରି ଜିଲ୍ଲା ପ୍ରଶାସନ, ମହାରାଜା ହାଇସ୍କୁଲ ଆଲୁମୁନି କମିଟି ଓ ସ୍କୁଲ୍ ଅଭିଯାନ କମିଟି କୁ ସ୍ପଷ୍ଟ ଭାବେ ଜଣାଇବାକୁ ମୋ ସ୍କୁଲ ଅଭିଯାନର ସଭାପତି ଗୋରେଖନାଥ ସାହୁ ଓ ଅନ୍ୟ କର୍ମ କର୍ତ୍ତା ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ I ଶେଷରେ କ୍ଲାସ ରୁମ୍ ପରିଦର୍ଶନ କରି ବାକୁ କମିଟି ଓ ପ୍ରଧାନ ଶିକ୍ଷକ ଅନୁରୋଧ କରିବାରୁ ଜିଲ୍ଲାପାଳ ସିଧା ସଳଖ ମନା କରି ଦେଇ ପ୍ରାୟୋଜିତ ଭାବେ ମୁଁ ଭି ଆଇ ପି ରେ ଲାଲବତି ଏ ସି ଗାଡି ରେ ନୁହେଁ ଆପଣଙ୍କ ଭଳି ସ୍କୁଟି ଚଳାଇ ଅଚାନକ ସ୍କୁଲ୍ ପରିଦର୍ଶନ ରେ ଆସିବି, ଫୁଲ ତୋଡା ନ ଧରି ସିଧା କ୍ଲାସ ରୁମ୍ ରେ ଚକ୍ ଡଷ୍ଟର ଧରିବି , ଯେଉଁ ବିଷୟ ଥିବ ପିଲାଙ୍କୁ ସେ ବିଷୟ ରେ ପୁରା କ୍ଲାସ୍ ସମୟ ପାଠ ପଢ଼ାଇବି l ମୁଁ ଶିକ୍ଷା ବିଭାଗ ରୁ ଆସିଛି ଜିଲ୍ଲା ରେ ପ୍ରତି ସ୍କୁଲ୍ ରେ ଶୈଖିକ ବାତାବରଣ କୁ ସଜାଡିବାକୁ ଅଧିକ ସମୟ ଦେବି ବୋଲି ଜିଲ୍ଲାପାଳ ଶିକ୍ଷକ ମାନଙ୍କୁ କହିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande