ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୨୦ ବର୍ଷ ଜେଲ ଓ ୧୬ ହଜାର ଟଙ୍କା ଜୋରିମାନା
Pocso court judgment News from Phulbani
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୨୦ ବର୍ଷ ଜେଲ ଓ ୧୬ ହଜାର ଟଙ୍କା ଜୋରିମାନା


କନ୍ଧମାଳ , ୧୨ ସେପ୍ଟେମ୍ବର (ହି.ସ.)ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ୧୪ବର୍ଷିୟ ନାବାଳିକା ର ଦୁଷ୍କର୍ମ ମାମଲାର ବିଚାର କରି, ମାମଲାର ୧୭ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଓ ପିଡିତାଙ୍କ ବୟାନ ଆଧାରରେ ବିଚାର କରି ଘଟଣାର ଅଭିଯୁକ୍ତ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ହର୍ମି ମଲିକ (୨୭)କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ‌ ସଶ୍ରମ କାରାଦଣ୍ଡ ସହ ୧୬ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୧ବର୍ଷ‌ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି ବିଚାରପତି । ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

ପିଡୀତା ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୧ ତାରିଖ ଦିନ ୧୨ ଟା ସମୟରେ ବେଳେ ଡ୍ରେସ୍ କିଣିବା ପାଇଁ ଦାରିଙ୍ଗିବାଡ଼ି ବଜାର କୁ ଯାଉଥିଲା । ଏହି ସମୟରେ ଅଭିଯୁକ୍ତ ଏକ ଅଟୋ ରିକ୍ସା ନେଇ ପିଡୀତା କୁ ବଜାର ରେ ଛାଡି ଦେବି କହି ଜୋର୍ ଜବରଦସ୍ତିକରି ଅଟୋ ରିକ୍ସା ରେ ବସାଇ ପାଙ୍ଗାଲି ଜଙ୍ଗଲ ଆଡ଼କୁ ନେଇ ତା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା ଏବଂ ଏ କଥା କାହାରିକୁ କହିଲେ ଜୀବନ ରେ ମାରିଦେବି ବୋଲି ଧମକ ମଧ୍ୟ ଦେଇଥିଲା । ତାପରେ ପିଡୀତାକୁ ଅଟୋ ରିକ୍ସା ରେ ବସାଇ ଗାଁ ପାଖରେ ଛାଡ଼ି ଦେଇ ଚାଲିଯାଇଥିଲା। ପିଡୀତା ଘର ଲୋକ ମାନଙ୍କୁ ଏସବୁ ଘଟଣା କହିବାରୁ, ସେମାନେ ପିଡୀତା କୁ ଥାନା କୁ ନେଇଥିଲେ ଏବଂ ପିଡୀତା ଦାରିଙ୍ଗିବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ ପ୍ରକାରେ ୦୧/୦୯/୨୦୨୪ ତାରିଖ ରେ ଥାନାଧିକାରୀ ଏକ ମାମଲା ୧୪୪/୨୦୨୪ ରୁଜୁ କରି ଏସ୍ ଆଇ ଲକ୍ଷ୍ମୀ ମାଝୀ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।

ପିଡୀତା କୁ କ୍ଷତି ପୂରଣ ବାବଦକୁ ଟ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣର କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande