ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୮୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରରେ ୮୧.୬ ମି.ମି., ବ୍ରହ୍ମପୁରରେ ୭୩.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ ୬୯.୩ ମି.ମି., ଗଜପତି ଜିଲ୍ଲାର କାଶୀନଗରରେ ୬୪.୦ ମି.ମି., ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୬୧.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ୫୮.୫ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୫୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୫୦.୪ ମି.ମି., ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ୪୬.୨ ମି.ମି., ଗଜପତି ଜିଲ୍ଲାର ଗୋଷାଣିରେ ୪୩.୦ ମି.ମି., କନ୍ଧମାଳ ଜିଲ୍ଲାର କଳିଙ୍ଗାରେ ୪୩.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୪୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ