୧୨ ଓ ୧୩ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ୧୨ ଓ ୧୩ ତାରିଖରେ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳ ଓ ବାହାରେ ଏବଂ ପଶ୍ଚିମ କେନ୍ଦ୍ରିୟ ତତସଂଲଗ୍ନ ଉତର ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ଏବଂ ସ୍ଥଳ ବିଶେଷ
୧୨ ଓ ୧୩ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ୧୨ ଓ ୧୩ ତାରିଖରେ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳ ଓ ବାହାରେ ଏବଂ ପଶ୍ଚିମ କେନ୍ଦ୍ରିୟ ତତସଂଲଗ୍ନ ଉତର ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ଏବଂ ସ୍ଥଳ ବିଶେଷରେ ୫୫ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande