ବାଲନ୍ଦାପଡା ମା ଗୃହ ତ୍ରୟୋଦଶ ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ମହିଳା ହିଂସା ବିରୋଧି ସଂଗଠନ (ଓାଭା) ର ସଦସ୍ୟା ମାନେ
Swastha nari sakta paribara abhiyan in Phiringia and Gochapada
ଫୋଟ


ଫୋଟ ୨


କନ୍ଧମାଳ , ୧୨ ସେପ୍ଟେମ୍ବର (ହି.ସ.)

କନ୍ଧମାଳ ଜିଲ୍ଲା ବାଲନ୍ଦାପଡା, ଫିରିଙ୍ଗିଆ, ମା ଗୃହ, ତାର ତ୍ରୟୋଦଶ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ସହିତ “ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଆରମ୍ଭ କରାଯାଇଥିଲା । ଏହି ଉତ୍ସବ ରେ ସୁଦୁର ଭୁବନେଶ୍ୱର ରୁ ଆସିଥିବା ମହିଳା ହିଂସା ବିରୋଧି ସଂଗଠନ (ଓାଭା) ର ୨୦ ଜଣ ସଦସ୍ୟା ଯୋଗଦେଇ ମହିଳା ଙ୍କ ପାଇଁ ସ୍ୱାତୀ ଦ୍ୱାରା ପରିଚାଳିତ ଓ ଜାତିୟ ସ୍ୱାସ୍ଥା ମିସନ ସହଯୋଗରେ ହେଉଥିବା ମା ଗୃହ ଆଜି ପର୍ଯ୍ୟନ୍ତ ୩୮୦୦ ରୁ ଅଧିକା ମହିଳା ଙ୍କୁ ଆନୁଷ୍ଠାନି କ ପ୍ରସବ ସୁନିଶ୍ଚିତ କରିପାରିଛି, ଏହି ସଫଳତା ପଛରେ ଥିବା ଚେଷ୍ଟା ଓ ପ୍ରଚେଷ୍ଟା କୁ ବହୁତ ପ୍ରସଂସା କରିଥିଲେ । ପ୍ରତିଷ୍ଠା ଦିବସ ରେ କୁନି ଝିଅ ସଙ୍ଗିତ ଦିଗାଲ , ଏହି ମା ଗୃହ ସେବା ରେ ଆଜିର ଦିନରେ ୨୦୨୧ ମସିହା ରେ ଜନ୍ମ ନେଇଥିଲା , ଆଜି ସେ କେକ୍ କାଟି ଦିନ କୁ ପାଳନ କରିଥିଲା ଓ ସ୍ୱାତୀ ଦ୍ୱାରା କରାଯାଉଥିବା “ବେଟି ବଚାଓ ବେଟି ପଢାଓ” ଅଭିଜାନ କୁ କୁନି ଝିଅ ସଙ୍ଗିତା ସମସ୍ତ ଙ୍କ ପାଇଁ ପ୍ରେରଣା ହେବ ବୋଲି ସ୍ୱାତୀ ର ଅଧକ୍ଷ ପ୍ରଶାନ୍ତ ଶତପଥୀ କହିଥିଲେ । ଏହି ଉତ୍ସବରେ ବାଲନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ନିରଜ ସାହୁ ଉପସ୍ଥିତ ରହି ଆନୁଷ୍ଠାନିକ ପ୍ରସବ ର ମହତ୍ୱ ସହିତ, କିପରି ଅନ୍ଧବିଶ୍ୱାସ ଓ କୁସଂସ୍କାର ଗର୍ଭବତୀ ମା ମାନଙ୍କୁ ସମୟ ସମୟେ ଅସୁବିଧାରେ ପକାଇଥାଏ ତାହା କୁ ଉଦାହରଣ ସହ କହିଥିଲେ । ଏଲ.ଡବ୍ଲୁ.ଏସ୍ ଇଣ୍ଡିଆ ଟ୍ରଷ୍ଟ ର ସଂଯୋଜିକା ବେବି ନାୟକ ଉପସ୍ଥିତ ଥିବା ଗର୍ଭବତୀ ମା ମାନଙ୍କ ର ଅନୁଭୁତି ଶୁଣି ବହୁତ ଖୁସି ବ୍ୟକ୍ତ କରିଥିଲେ । ଓାଭା ର ସଭାପତି କୁନିଲତା ମହାରଣା ଓ ସଂପାଦିକା ମଞ୍ଜୁଲତା କର ପରିବାର ଓ ସମାଜରେ ଘଟୁ ଥିବା ମହିଳା ହିଂସା ବିଷୟରେ ମା ମାନଙ୍କୁ କହିଥିଲେ । ମା ଗୃହ ର ସଂଯୋଜିକା ପୁଷ୍ପିତା ସାହୁ ମା ଗୃହ କିପରି ଉପାନ୍ତ ଅଂଚଳରେ କାର୍ଯ୍ୟ କରୁଛି ଓ ତାହାର ସବିସେଶ ବିବରଣି ଆସିଥିବା ଅତିଥି ମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ସାମନ୍ତି ଦିଗାଲ, ସ୍ନେହଲତା ନାୟକ, ମାଣିକ ବେହେରା ଓ ମାନସ ପ୍ରଧାନ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande