ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଦେଶର 15ତମ
ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିବା ସିପି ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଦେଶର 15ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିବା ସିପି ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ।
ଗଣତାନ୍ତ୍ରିକ ମୂଲ୍ୟବୋଧକୁ
ସୁରକ୍ଷିତ କରିବା ଏବଂ ଆମ ଦେଶର ସଂସଦୀୟ ପରମ୍ପରାକୁ ସୁଦୃଢ କରିବାକୁ ନିର୍ଦ୍ଦିଷ୍ଟ ଏକ ସଫଳ
କାର୍ଯ୍ୟକାଳ ପାଇଁ ମୋର ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା