ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଆଜି
ନୂଆଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏହି ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ
ଥିଲେ । ଓଡ଼ିଶା ସରକାରଙ୍କ ବିଭିନ୍ନ
ଲୋକାଭିମୁଖୀ କାର୍ଯ୍ୟ, ସ୍ୱାସ୍ଥ୍ୟସେବା
ବ୍ୟବସ୍ଥା, ସ୍ୱାସ୍ଥ୍ୟ
ଭିତ୍ତିଭୂମିର ବିକାଶ ପରିଯୋଜନା ଓ ଭବିଷ୍ୟତ ରୂପରେଖ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା