ନେପାଳ ଅଶାନ୍ତି ମଧ୍ୟରେ ଫସିଥିବା 23 ଓଡ଼ିଆ ସୁରକ୍ଷିତ ଫେରିଲେ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନେପାଳରେ ଚାଲୁଥିବା ଅଶାନ୍ତି ସମୟରେ ଫସିଥିବା ୨୩ ଓଡିଆ ନାଗରିକଙ୍କୁ ସଫଳ ଉଦ୍ଧାର କରି ସ୍ୱଦେଶ ଫେରାଇବା ସଂପର୍କରେ ତଥ୍ୟ ଦେଇ ସମସ୍ତ ସଂସ୍ଥା ଓ ଅଧିକାରୀମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି
ନେପାଳ ଅଶାନ୍ତି ମଧ୍ୟରେ     ଫସିଥିବା 23 ଓଡ଼ିଆ ସୁରକ୍ଷିତ ଫେରିଲେ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)

- ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝି ନେପାଳରେ ଚାଲୁଥିବା ଅଶାନ୍ତି ସମୟରେ ଫସିଥିବା ୨୩ ଓଡିଆ ନାଗରିକଙ୍କୁ ସଫଳ

ଉଦ୍ଧାର କରି ସ୍ୱଦେଶ ଫେରାଇବା ସଂପର୍କରେ

ତଥ୍ୟ ଦେଇ ସମସ୍ତ ସଂସ୍ଥା ଓ ଅଧିକାରୀମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କର

ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏହି ଅଭିଯାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଓ ରାଜ୍ୟ ଓ କେନ୍ଦ୍ର ସରକାରର

ବିଭିନ୍ନ ସଂସ୍ଥାମାନଙ୍କ ସମନ୍ୱିତ ପ୍ରୟାସ ଫଳରେ ସମ୍ଭବ ହୋଇପାରିଛି। ସେ ବିଶେଷ କରି ଓଡିଶା ଭାଷା,

ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଥିବା 'ଓଡିଶା ପରିବାର ନିଦେଶାଳୟ' ଓ ନୂଆଦିଲ୍ଲୀ ସ୍ଥିତ ପିଆରସି କାର୍ଯ୍ୟାଳୟଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଯେଉଁ ସମସ୍ତ ଅଧିକାରୀ ଓ ସଂସ୍ଥା ମାନେ ଏହି ଅଭିଯାନକୁ ସଫଳ କରିବାରେ ଅବଦାନ

ରଖିଛନ୍ତି, ମୁଁ ସେମାନଙ୍କୁ

ହୃଦୟପୂର୍ବକ ଧନ୍ୟବାଦ ଜଣାଉଛି। ରାଜ୍ୟ ସରକାର ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଓଡିଆ

ଭାଇ-ଭଉଣୀମାନଙ୍କର ସୁରକ୍ଷା ଓ କଲ୍ୟାଣ ପ୍ରତି ପ୍ରତିବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande