ଘଟଗାଁ ମା' ତାରିଣୀଙ୍କ ପୀଠରେ ଆରମ୍ଭ ହେବ ବ୍ରେଷ୍ଟ୍ ଫିଡିଂ ସେଂଟର
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଘଟଗାଁ ସ୍ଥିତ ମା'' ତାରିଣୀଙ୍କ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ମା ତାରିଣୀଙ୍କ ଦର୍ଶନ ପରେ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ସେ କହିଛନ୍ତି ଏବେ ପୁରୀର ଶ୍ରୀମନ୍ଦିର ପରି ମା'' ତାର
ଘଟଗାଁ ମା' ତାରିଣୀଙ୍କ ପୀଠରେ ଆରମ୍ଭ ହେବ ବ୍ରେଷ୍ଟ୍ ଫିଡିଂ ସେଂଟର


ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଘଟଗାଁ ସ୍ଥିତ ମା' ତାରିଣୀଙ୍କ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ମା ତାରିଣୀଙ୍କ ଦର୍ଶନ ପରେ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ସେ କହିଛନ୍ତି ଏବେ ପୁରୀର ଶ୍ରୀମନ୍ଦିର ପରି ମା' ତାରିଣୀଙ୍କ ପୀଠକୁ ବହୁ ସଂଖ୍ୟାରେ ଦର୍ଶନ ପାଇଁ ଆସୁଥିବା ମା'ମାନଙ୍କ ସୁବିଧା ପାଇଁ 'ବ୍ରେଷ୍ଟ୍ ଫିଡିଂ ସେଂଟର' ବ୍ୟବସ୍ଥା ଆରମ୍ଭ କରାଯିବ। ଏଠାରେ ମା'ମାନେ ସୁବିଧାରେ ଏବଂ ସୁରକ୍ଷିତ ଭାବେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande