ଚମ୍ପୁଆ, ୧୨ ସେପ୍ଟେମ୍ବର (ହି.ସ.)-୨୧୫ ନମ୍ବର ଜାତୀୟ ରାଜପଥର ମରସୁଆଁ ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଖବର ଅନୁସାରେ, ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥ ମରସୁଆଁ ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ କିପରି ଦୁର୍ଘଟଣା ଘଟିଲା ତାହା ମଧ୍ୟ ଜଣାପଡିନାହିଁ। ତେବେ ଯୁବକ ଜଣକ ଏକ ବାଇକ ନମ୍ବର ଓଡ଼ି ୦୯ ଡବ୍ଲ୍ୟୁ ୯୩୩୮ ଯୋଗେ ଜାତୀୟ ରାଜପଥରେ ଯାଉଥିବା ବେଳେ କୌଣସି କାରଣବଶତଃ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଏହି ରାସ୍ତା ଦେଇ ଚମ୍ପୁଆ ଏସଡ଼ିପିଓ ବିଜୟ ମଲ୍ଲିକ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଯୁବକ ଜଣକ ରାସ୍ତା କଡରେ ଗୁରୁତର ଭାବେ ଆହତ ହୋଇ ପଡିଥିବାର ଦେଖିଥିଲେ। ଏସଡ଼ିପିଓ ଶ୍ରୀ ମଲ୍ଲିକ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ଗାଡ଼ିରେ ଚିକିତ୍ସା ପାଇଁ ଝୁମ୍ପୁରା ଡାକ୍ତରଖାନା ନେଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta