ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ବଡବିଲ ସ୍ଥିତ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୭ ଜଣିଆ ଟିମ୍ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ୧୭ ବର୍ଷ ରୁ କମ୍ ବାଳକ ବିଭାଗରେ ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜୟମ ସାହୁ ୫୯ ରୁ ୬୩ କେଜି ଓଜନ ଖିରୁଗି ବିଭାଗରେ ରୌପ୍ୟ ପଦକ, ୟୁଜିଏଚ୍ଏସ୍ ଚିକଲବାହାଲ ର ଜ୍ୟୋର୍ତିମୟ ଜେନା ୫୫ ରୁ ୫୯ କେଜି ରେ ବ୍ରୋଞ୍ଜ ପଦକ, ୩୫ କେଜିି ଓଜନରୁ କମ୍ ପ୍ରିତମ ବିଶ୍ୱାଲ ବୋଞ୍ଜ, ବାଳିକା ବିଭାଗରେ ଶ୍ରାବଣୀ ଜାଲ ୪୪ ରୁ ୪୬ କେଜି ଓଜନରେ ବ୍ରୋଞ୍ଜ ପଦକ, ସେହିଭଳି ୧୪ ବର୍ଷ ରୁ କମ୍ ବାଳକ ଗୋପବନ୍ଧୁ ନନ୍ଦ ୨୩ ରୁ ୨୫ କେଜି ଖିରୋଗୀ ରେ ରୌପ୍ୟ ପଦକ, ଯୁବରାଜ ତୁମୁନିୟା ୨୭ ରୁ ୨୯ ଓଜନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିରେ ଅସୀମ କୁମାର ଭୋଇ ରାଜ୍ୟ ଟେକ୍ନିକାଲ ଅଫିସିଆଲ ତଥା ଜଜ୍ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଚିକଲ ବାହାଲ ୟୁଜିଏଚ୍ଏସ୍ ପିଇଟି ରାଜ କିଶୋର ପାଣିଗ୍ରାହୀ ଓ ଏନ୍ବି ଉଚ୍ଚ ବିଦ୍ୟାଳୟ ଜରାସିଂହା ପିଇଟି ପୁଷ୍ପାଞ୍ଜଳି କିଶାନ ମ୍ୟାନେଜର ଭାବେ ଯୋଗଦାନ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତି ପ୍ରସାଦ ପରିଡା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ମାନିତ କରିଥିଲେ । ଟାଇକଣ୍ଡୋ କ୍ରୀଡା ସରକାରୀ ସ୍କୁଲ ସ୍ତରରେ ସାମିଲ ହୋଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ମନରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ