ମାଲକାନଗିରି, ୧୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ଏମ. ଭି ୭୯. ସ୍ଥିତ ଜେଏମଏଫସି ମୋଟୁ ଅଦାଲତ ପ୍ରାଙ୍ଗଣରେ ଆଜି ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତର ଅଧ୍ୟକ୍ଷତା କରିଥିଲେ ଚେୟାରମ୍ୟାନ ଟିଏଲଏସ୍-ଜେ. ଏମ. ଏଫ. ସି ମୋଟୁ, ଅନୁସମ ଦାସ । କାର୍ଯ୍ୟକ୍ରମରେ ସିନିୟର ଓକିଲ ହିରୋଜ କୁମାର ପାଣିଗ୍ରାହୀ, ବିପ୍ଲବ ଦତ୍ତ, ମାନସ ହାଲଦାର ଓ ସରକାରୀ ଓକିଲ ତାପସ ନାଥ ସହିତ ଅନ୍ୟାନ୍ୟ ଓକିଲ ଉପସ୍ଥିତ ଥିଲେ।
ଏହି ଲୋକ ଆଦାଲତରେ ମୋଟ ୨୬ଟି ମାମଲାର ଫଇସଲା କରାଯାଇଥିଲା। ବିଭିନ୍ନ ସିଭିଲ୍, ମାମଲା, ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଓ ପରିବାରିକ ମାମଲାକୁ ସୁଲଭ, ଦ୍ରୁତ ଓ ସମ୍ମିଳିତ ସମାଧାନ ମାଧ୍ୟମରେ ନିଷ୍ପତ୍ତି କରାଯାଇଥିଲା। ଲୋକ ଅଦାଲତର ମାଧ୍ୟମରେ ମାମଲାରେ ଜଡିତ ପକ୍ଷଗୁଡ଼ିକୁ ଦୀର୍ଘ ପ୍ରକ୍ରିୟାରୁ ମୁକ୍ତ କରି ସହଜ ଓ ମାଗଣା ନ୍ୟାୟ ଦେବାରେ ସାହାଯ୍ୟ ମିଳିଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ପ୍ରୟାସକୁ ସ୍ୱାଗତ କରାଯାଇଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଏପରି ଲୋକ ଅଦାଲତ ଆୟୋଜନ ହେବାକୁ ଇଛା ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ