ଏନଆଇଆରଏଫ ରାଙ୍କିଙ୍ଗ ତାଲିକାରେ 14 ନମ୍ବରରେ ଭୁବନେଶ୍ୱର ଏମ୍ସ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଏମ୍ସ ଭୁବନେଶ୍ୱର ପୁଣିଥରେ ଓଡ଼ିଶା ଓ ପୂର୍ବ ଭାରତ ପାଇଁ ଆଣିଛି ଗୌରବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକାରେ ଏମ୍ସ ଭୁବନେଶ୍ଵର।ଏମ୍ସଭୁବନେଶ୍ୱର ଭାରତର ଚିକିତ୍ସା
ଏନଆଇଆରଏଫ ରାଙ୍କିଙ୍ଗ     ତାଲିକାରେ 14 ନମ୍ବରରେ ଭୁବନେଶ୍ୱର ଏମ୍ସ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଏମ୍ସ ଭୁବନେଶ୍ୱର ପୁଣିଥରେ ଓଡ଼ିଶା ଓ ପୂର୍ବ ଭାରତ

ପାଇଁ ଆଣିଛି ଗୌରବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଛି ଜାତୀୟ

ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକାରେ ଏମ୍ସ ଭୁବନେଶ୍ଵର।ଏମ୍ସଭୁବନେଶ୍ୱର ଭାରତର

ଚିକିତ୍ସା ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ 14ତମ ସ୍ଥାନ ଅଧିକାର କରିଛି।

2021ରେ 31ତମ ଓ 2024ରେ 15ତମ ସ୍ଥାନରେ ରହିଥିବା ବେଳେ 2025ରେ 14ତମ ସ୍ଥାନରେ ପହଞ୍ଚି ସାମଗ୍ରିକ ରାଙ୍କିଙ୍ଗର ଟପ୍‌-୧୦୦ ମଧ୍ୟରେ

ସ୍ଥାନ ପାଇଛି।ଏହି ସମ୍ମାନ ଏମ୍ସ ଭୁବନେଶ୍ୱରର ସମସ୍ତ ଶିକ୍ଷକ, କର୍ମଚାରୀ ଓ

ଛାତ୍ରଛାତ୍ରୀଙ୍କ ସମିକ୍ତ ପରିଶ୍ରମର ଫଳ। ଉତ୍କୃଷ୍ଟ ଚିକିତ୍ସାସେବା, ବିଶ୍ୱସ୍ତରୀୟ ଗବେଷଣା

ଓ କୁଶଳ ଚିକିତ୍ସକ ଯୋଗାଇ ଦେବା ଆଗକୁ ଲକ୍ଷ୍ୟ ରହିଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ.ଆଶୁତୋଷ

ବିଶ୍ୱାସ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande