ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ଆକ୍ସନ ନେବା ସପକ୍ଷରେ ମୁଁ ନୁହେଁ- ପଦ୍ମନାଭ ବେହେରା
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.) - ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗତକାଲି ବିଜେଡି ସସପେଣ୍ଡ କରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କିଛି ମିଡିଆରେ ମନ୍ତବ୍ୟ ଦେଇଥିବାରୁ ନିଲମ୍ବନ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। କିନ୍
ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ     ଆକ୍ସନ ନେବା ସପକ୍ଷରେ ମୁଁ ନୁହେଁ- ପଦ୍ମନାଭ ବେହେରା


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)

- ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗତକାଲି ବିଜେଡି ସସପେଣ୍ଡ କରିବା ଉପରେ

ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କିଛି

ମିଡିଆରେ ମନ୍ତବ୍ୟ ଦେଇଥିବାରୁ ନିଲମ୍ବନ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। କିନ୍ତୁ ଆକ୍ସନନେବାଟା ଠିକ୍

ହେବନି। ମୁଁ ଜମା ଆକ୍ସନସପକ୍ଷରେ ନାହିଁ। ଯିଏ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ବୁଝା

ଶୁଝା କରିବା କଥା। ସରକାରରେ ରହି ଦଳ ଚଳାଇବା ଓ ବିରୋଧୀରେ ରହି ଦଳ ଚଳାଇବା ଭିତରେ ଫରକ ଅଛି ।

ଶଙ୍ଖ ଭବନ ଯାଇଥିଲି ନେତୃତ୍ୱ ମାନଙ୍କ ସହ ଆଲୋଚନା କରିଛି । ସଭାପତିଙ୍କ ସହ ଆଲୋଚନା କରି

ପାରିନି । ଦିଲ୍ଲୀରୁ ଆସିଲେ ସଭାପତିଙ୍କ ସହ ଆଲୋଚନା କରିବି । ସଭାପତିଙ୍କ ସହ ଆଲୋଚନା କରିବୁ

ଛୋଟିଆ ଛୋଟିଆ ଘଟଣାରେ ଏମିତି ଆକ୍ସନ ନେବା ଠିକ ନୁହେଁ । ମୋତେ ଉଚିତ ମନେ ହେଉ ନାହିଁ ।

ତାଙ୍କୁ ବୁଝାସୁଝା କରି ଦଳ ଭିତରେ ରଖା ଯିବା ଦରକାର। ଶୃଙ୍ଖଳା କମିଟି ଦ୍ୱାରା ଆଲୋଚନା କରାଇ

ଦଳରେ ସେମାନଙ୍କୁ ରଖି ପାରିଲେ ଦଳ ପାଇଁ ତାହା ଭଲ ହେବ । ଯେଉଁମାନେ ବି କହୁଛନ୍ତି ସେମାନେ

ବାହାରେ ନ କହିକି ସଭାପତିଙ୍କ ସହ ଆଲୋଚନା କରିବା ଦରକାର।

ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ବି ରହିବା ଉଚିତ । ଯାହାର ମନ ଉଣା ଅଛି ସେମାନେ ସଭାପତିଙ୍କ

ସହ ଆଲୋଚନା କରନ୍ତୁ । ଆଉ ସଭାପତି ଯାହାଙ୍କର ମନ ଉଣା ଥିବା ଦେଖୁଛନ୍ତି ସେମାନଙ୍କୁ ଡାକି କି

ନିଜ ଆଡୁ ଆଲୋଚନା କରିବା ଆବଶ୍ୟକ ରହିଛି। ତାହା ଦଳ ପାଇଁ ଶୁଭଙ୍କର ହେବ। ଆକ୍ସନ ସପକ୍ଷରେ ମୁଁ

ଜମା ବି ନୁହେଁ । ଆଲୋଚନା ହେବା ଉଚିତ । ଆଲୋଚନା ମାଧ୍ୟମରେ ସବୁ କିଛିର ସମାଧାନ ହୋଇ ପାରିବ।

ଯାହାର ବି ମନ ଉଣା ରହୁଛି ସେମାନଙ୍କ ସହ ଆଲୋଚନା କରି ଦୂର କରାଯିବା ଉଚିତ ବୋଲି ପଦ୍ମନାଭ ବେହେରା

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande