ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)
- ରାଜଧାନୀ
ଭୁବନେଶ୍ୱରରେ ଶନିବାର ଦିନ ସାଧାରଣ ପରିବହନ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ‘ଆମ ବସ୍’ ଡ୍ରାଇଭରମାନେ ସମୟରେ
ବେତନ ଦେବାକୁ ଦାବି କରି “ଷ୍ଟିଅରିଂ ଛାଡ” ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ଏହି ଆନ୍ଦୋଳନ କାରଣରୁ୪୩ଟି ବସ୍
ପୋଖରିପୁଟ ଡିପୋରେ ଠିଆ ହୋଇରହିଛି । ଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ
ଅନେକ ମୁଖ୍ୟ ରୁଟ୍ରେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି।
ଡ୍ରାଇଭରମାନେ କହିଛନ୍ତି ଯେ
ସାଧାରଣତଃ ପ୍ରତିମାସ ୧୦ ତାରିଖ ସୁଦ୍ଧା ବେତନ ମିଳିଯାଏ, କିନ୍ତୁ ଅଗଷ୍ଟ ମାସର ବେତନ ୧୧ ତାରିଖରେ ମିଳିଥିଲା ଓ ସେପ୍ଟେମ୍ବର ମାସର ବେତନ
ଏପର୍ଯ୍ୟନ୍ତ ମିଳିନାହିଁ। ଜଣେ ଡ୍ରାଇଭର ଅଭିଯୋଗ କରି କହିଲେ: “ଗତ ତିନି ଦିନ ହେବ, ଆମକୁ କେବଳ ମିଥ୍ୟା ଆଶ୍ୱାସନା ହିଁ ଦିଆଯାଉଛି । ବେତନ ଏଯାଏ ମିଳିନାହିଁ।” ବେତନ ବ୍ୟତୀତ ଡ୍ରାଇଭରମାନେ ତାଙ୍କର କାମ ପରିସ୍ଥିତି ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ
କରିଛନ୍ତି। ସେମାନେ କହିଛନ୍ତି ଯେ:, କର୍ମଚାରୀମାନେ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ, ସାପ୍ତାହିକ ବିଶ୍ରାମ ଛାଡ଼ି ଅତିରିକ୍ତ ସମୟ ପର୍ଯ୍ୟନ୍ତ କାମ
କରାଯାଏ ଓ ଇଏସଆଇପରି ସୁବିଧା ମଧ୍ୟ
ମିଳୁନାହିଁ।
ଡ୍ରାଇଭରମାନେ କ୍ୟାପିଟାଲ୍
ରିଜିଅନ୍ ଅର୍ବନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଡ୍ରାଇଭର ନିଯୁକ୍ତି ଓ ପରିଚାଳନାର କାମ ଚକ୍ର
ଇ-ଟ୍ରାନ୍ସପୋର୍ଟକୁ ଦିଆଯାଇଥିବା ସେମାନେ କହିଛନ୍ତି । “ଯଦି ଦାୟିତ୍ୱ ତୃତୀୟ ପକ୍ଷକୁ
ଦିଆଯାଇଛି, ତେବେ ଆମର ଚାକିରି
ସୁରକ୍ଷା ଓ ସାମାଜିକ ଲାଭଗୁଡ଼ିକୁ କିଏ ନିଶ୍ଚିତ କରିବ’ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି ।
ଅନ୍ୟପଟେ ଆନ୍ଦୋଳନ ସଂପର୍କରେ
ପ୍ରଶାସନର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା