ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- କୌଣସି ସବରେଜିଷ୍ଟ୍ରାର
ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ମନା କରୁଥିଲେ ଆକ୍ସନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ
ପୂଜାରୀ କହିଛନ୍ତି । ସେ କହିଛନ୍ତି ଯେ, ନିର୍ଦ୍ଧିଷ୍ଟ ଅଭିଯୋଗ ଯଦି ଅଛି ମୋ ପାଖକୁ
ପହଞ୍ଚାନ୍ତୁ । ସଙ୍ଗେ ସଙ୍ଗେ ତାଙ୍କୁ ସସପେଣ୍ଡ କରାଯିବ | ପୂର୍ବ ସରକାର ସମୟରେ ପାର୍ଟ ପ୍ଲଟ ବିକ୍ରିକୁ ନେଇ ଲୋକଙ୍କୁ
ହନ୍ତସନ୍ତ କରାଯାଉଥିଲା । ଏ ସରକାରରେ ସେମିତି ହେବ ନାହିଁ । ଲୋକଙ୍କ ସରକାର ଲୋକଙ୍କ କଥା
ବୁଝିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା