ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ହିନ୍ଦୀ ପକ୍ଷ ପାଳିତ
ବଲାଙ୍ଗିର, ୧୪ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ହିନ୍ଦୀ ପକ୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାମଗୋପାଳ ହିନ୍ଦୀ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମନୋରଂଜନ
ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ହିନ୍ଦୀ ପକ୍ଷ ପାଳିତ


ବଲାଙ୍ଗିର, ୧୪ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ହିନ୍ଦୀ ପକ୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାମଗୋପାଳ ହିନ୍ଦୀ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମନୋରଂଜନ ସାହୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସରକାରୀ ଭାଷା ହିନ୍ଦୀର ପ୍ରୟୋଗ ଓ ପ୍ରଚାରପ୍ରସାର ଉପରେ ନିଜର ଅଭିଭାଷଣ ରଖିଥିଲେ ।

କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ ସଂଯୋଜନା କରିଥିଲେ। ସହଶିକ୍ଷକ ସତ୍ୟାନନ୍ଦ ବିଶ୍ୱଲ ହିନ୍ଦୀ ପକ୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ମତ ରଖିଥିଲେ। ଶେଷରେ ସ୍କୁଲର ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସ୍କୁଲର ସମସ୍ତ ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande