ଧର୍ମଶାଳା, ୧୪ ସେପ୍ଟେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଉଳିପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘର ଏକ ବୈଠକ ଦେଉଳି ସ୍ଥିତ ମା' ଶାରଳାଙ୍କ ପୀଠରେ ଆଜି ଅନୁଷ୍ଠିତ ହୋଇଯାଇଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଅବିଭାବକମାନଙ୍କ ଏକ କମିଟି ଗଠନ କରାଯାଇଥିଲା। ଯେଉଁଥିରେ ଉପଦେଷ୍ଟା କମିଟିରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସ୍ୱାଇଁ ଓ ସଂଘର ପୂର୍ବତନ ସମ୍ପାଦକ କରୁଣାକର ବରାଳଙ୍କୁ ଉପଦେଷ୍ଟା ଭାବରେ ଚୟନ କରାଯାଇଥିଲା। ଏଥିସହ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ବିଭିନ୍ନ ଶ୍ରେଣୀର ଅଭିଭାବକମାନଙ୍କ ମଧ୍ୟରୁ ଲକ୍ଷ୍ମୀଧର ବରାଳ, ବିରୁପାକ୍ଷ କର, ଦୀପକ କୁମାର ମହାନ୍ତି, ଲମ୍ବୋଦର ନାୟକ, ସୁଶାନ୍ତ ବେହେରା, ସତ୍ୟନାରାୟଣ ମଲ୍ଲିକ, ପ୍ରଫୁଲ୍ଲ ରାଉତ ଓ ପ୍ରଦୀପ କୁମାର ସେଠୀଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଚୟନ କରାଯାଇଥିଲା। ଏହି କମିଟିର ପରାମର୍ଶ କ୍ରମେ ଓ ସମସ୍ତ ଅଭିଭାକଙ୍କ ମତାମତ ଆଧାରରେ ସଂଘ କାର୍ଯ୍ୟ କରିବା ଏବଂ ଶିକ୍ଷାଦାନ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧା ଅସୁବିଧା ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ମତପ୍ରକାଶ ପାଇଥିଲା। ଏହି ବୈଠକରେ ସୁନାକର ଧିର, ଶୁଭ୍ରାଂଶୁ ଶେଖର ସାମଲ, ବସନ୍ତ ସ୍ୱାଇଁ, ବିଶ୍ୱଜିତ୍ ମିଶ୍ର, ରଞ୍ଜନ କୁମାର ଦଳାଇ, ଅଜୟ ସାମଲ, ସଂଗ୍ରାମ କେଶରୀ ପାଳ, କାଳନ୍ଦୀ ଚରଣ ପଣ୍ଡା, କେଶବ ଚନ୍ଦ୍ର ଖିଲାର, ପ୍ରତାପ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜଗଦୀଶ ବରାଳ ଧନ୍ୟବାଦ୍ ଦେବା ସହିତ ସଭା ଶେଷ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ