ବିନିକା ଅଂଚଳରେ ବେଆଇନ ମଦ କାରବାର ବୃଦ୍ଧି, ବିଷାକ୍ତ ମଦପିଇ ରଘୁର ମୃତ୍ୟୁ ଅଭିଯୋଗ
ସୁବର୍ଣ୍ଣପୁର, ୧୪ ସେପ୍ଟେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହଦେବପାଳି ଫାଣ୍ଡି ତୁଲୁଣ୍ଡୁପାଲି ଗ୍ରାମରେ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିନିକା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ
ବିନିକା ଅଂଚଳରେ ବେଆଇନ ମଦ କାରବାର ବୃଦ୍ଧି, ବିଷାକ୍ତ ମଦପିଇ ରଘୁର ମୃତ୍ୟୁ ଅଭିଯୋଗ


ସୁବର୍ଣ୍ଣପୁର, ୧୪ ସେପ୍ଟେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହଦେବପାଳି ଫାଣ୍ଡି ତୁଲୁଣ୍ଡୁପାଲି ଗ୍ରାମରେ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିନିକା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ୍ରାମର ରଘୁ ଭୋଇ(୪୩) ବୋଳି ଜଣାପଡିଛି। ଆଜି ପୁଅଜିଉନ୍ତିଆ ପାଇଁ ରଘୁ ଦୁବଘାସ ତୋଳିବାକୁ ଯାଇଥିଲେ ହେଲେ ବହୁ ସମୟ ଧରି ସେ ନଆସିବାରୁ ତାଙ୍କ ପରିବାର ଲୋକେ ଖୋଜି ଯାଇ ତାଙ୍କୁ ପୋଖରୀ ହୁଡାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ବିନିକା ଡାକ୍ତରଖାନା କୁ ଆଣି ଚିକିତ୍ସା କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏହା ବିଷାକ୍ତ ମଦମୃତ୍ୟ ବୋଲି ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ହୋଇ ଯିବାରୁ ଆସନ୍ତାକାଲି ମୃତ ଦେହର ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ମୃତ୍ୟୁ ହୋଇଥିବା ତାହା ଜଣାପଡ଼ିବ ବୋଲି ପୋଲିସ ପାଖରୁ ସୁଚନା ମିଳିଛି କ୍ଷ ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରୀ ହେଉ ଥିବାରୁ ଆଜି ଜଣେ ବ୍ୟକ୍ତିର ଜିବନ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ମୃତ୍ୟୁବରଣ କରିଥିବା ରଘୁର ପତ୍ନୀ ସହ ଦୁଇଟି ପୁଅ ଝିଅ ଅଛନ୍ତି। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande