ଖୋର୍ଦ୍ଧା, 14 ସେପ୍ଟେମ୍ବର (ହି.ସ.) ଗତ ୧୦ତାରିଖ ଦିନ ବୋଲଗଡ ଥାନା ହାଟବସ୍ତ ଛକରେ ଦୁଇ ଜଣ ଯୁବକଙ୍କୁ ଗୁଳିମାଡ଼ ଓ ମାରଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିବା ଅଭିଯୋଗରେ ବୋଲଗଡ ଥାନା ପୋଲିସ ୩ଜଣକୁ ଗିରଫ କରିଛି।ଏପରିକି ଜଣେ ଦୂର୍ବୁଦ ଫେରାର ଥିବା ବୋଲଗଡ ପୋଲିସ ସୁଚନା ଦେଇଛି। ଗିରଫ ୩ଜଣ ହେଲେ ବୋଲଗଡ ଥାନା ବାଙ୍କୋଇ ହାଇ ସ୍କୁଲ ନିକଟସ୍ଥ ଭିକାରୀ ଜୟସିଂ ଓରଫ ହଡ଼ିଆ, ତେଲି ସାହିର ବବୁଲ ବରାଡ, ଅଜିତ କୁମାର ଦଳେଇ ଯିଏକି ଭୁବନେଶ୍ୱରର ନୁଆପଲି ଅଞ୍ଚଳ ରେ ରହୁଛି।ସେହିପରି ସୂର୍ଯ୍ୟକାନ୍ତ ଛୋଟରାୟ ଓରଫ ସିଲୁ ଫେରାର ଥିବା ଜଣାପଡିଛି। ଏପରିକି ଏମାନଙ୍କ ଠାରୁ ଦୁଇଟି ବାଇକ, ଖୋକା ଜବତ କରାଯାଇଛି।ପ୍ରକାଶ ଥାଉକି
ମୁତାବକ ବୁଧବାର ବିଳମ୍ବିତ ରାତିରେ ୧୦ରୁ ୧୨ ଜଣ ଯୁବକ ୬ଟି ବାଇକ୍ରେ ବଡ଼କୁଆରୀ ଗାଁକୁ ଆସି ଫିଲ୍ମଷ୍ଟାଇଲ୍ରେ ୨ ଯୁବକଙ୍କୁ ଅପହରଣ କରି ନେଇଥିଲେ। ପରେ ଖବର ପାଇ ବୋଲଗଡ଼ ଓ ଭାପୁର ପୋଲିସ ମିଳିତ ଚଢ଼ାଉ କରିବା ସମୟରେ ଭାପୁର ଥାନା ଅନ୍ତର୍ଗତ ବାଲିଆପଡ଼ା ନିକଟରେ ଦୁଇ ଜଣକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଥିଲେ। ପୋଲିସ ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇଜଣଙ୍କୁ ସୁନାଖଳା ମେଡିକାଲ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ହସ୍ପିଟାଲରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ