ମୃତିକା ସଂରକ୍ଷଣ ବିଭାଗରେ ଦୁର୍ନୀତି  : ୯୦ ହଜ଼ାର ଟଙ୍କା ବିନିମୟରେ ହୋଇଛି ମାତ୍ର ତିନୋଟି ପାହାଚ
ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୧-୨୨ ରେ ଡ଼ବ୍ଲଡିସି ୨. ୦ ଯୋଜନାରେ ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ମହିଜୁରିଆ ନାଲା ରେ ଏକ ପାଉଁଚ ଘାଟ ନିର୍ମାଣ ପାଇଁ ୯୧ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ସ
ମୃତିକା ସଂରକ୍ଷଣ ବିଭାଗରେ ଦୁର୍ନୀତି  :  ୯୦ ହଜ଼ାର ଟଙ୍କା ବିନିମୟରେ  ହୋଇଛି ମାତ୍ର ତିନୋଟି ପାହାଚ


ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୧-୨୨ ରେ ଡ଼ବ୍ଲଡିସି ୨. ୦ ଯୋଜନାରେ ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ମହିଜୁରିଆ ନାଲା ରେ ଏକ ପାଉଁଚ ଘାଟ ନିର୍ମାଣ ପାଇଁ ୯୧ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ସୂଚନା ରେ ଉଲ୍ଲେଖ କରାଯାଇଥିବା ବେଳେ ଏହି ନାଳରେ ମାତ୍ର ତିନି ପାହାଚ ବିଶିଷ୍ଟ ଏକ ପାଉଁଚ ଘାଟ ଥିବା ଦେଖିବାକୁ ମିଳୁଛି। ଅନ୍ୟ ପଟେ ତିଆରି ହୋଇଥିବା ପାଉଁଚ ଘାଟ ଯିବାକୁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ଏବଂ ପାଉଁଚ ଘାଟଟି ନାଲାର ଉପଯୋଗୀ ସ୍ଥାନରେ ମଧ୍ୟ ତିଆରି ହୋଇନାହିଁ। ଗୋଟିଏ ପଟେ ସରକାରୀ ଟଙ୍କା ଖର୍ଚ୍ଚ କରି ଜନ ସାଧାରଣଙ୍କୁ ଉପକୃତ କରାଯିବାର ନିୟମ ରହିଥିବା ବେଳେ ଅଧିକାରୀଙ୍କ ଅବହେଳା ଏବଂ ଦୁର୍ବଳତା ଯୋଗୁଁ ଏହି ଯୋଜନାରେ ପ୍ରକୃତ ଲୋକଙ୍କୁ ଉପକୃତ କରାଯାଇ ପାରୁନାହଁ। ଅନ୍ୟ ପଟେ ବିଭାଗୀୟ ପକ୍ଷରୁ ଗୋଟିଏ ଫଳକ ର ଉଭୟ ପାର୍ଶ୍ଵରେ ଯୋଜନ ସମ୍ପର୍କ ରେ ଉଲ୍ଲେଖ କରିବା କେତେ ଠିକ ଏବଂ ୯୧ ହଜାର ଟଙ୍କା ରେ କଣ ପାଇଁ ଏବଂ କେଉଁ ଉଦ୍ୟେଶରେ ଏଭଳି କାର୍ଯ୍ୟ କରାଯାଇଛି ତାହା ତଦନ୍ତ ସାପେକ୍ଷ। ସାଧାରଣ ତ ଏକ ଲକ୍ଷ୍ୟ ଟଙ୍କାରେ ୧୫ ରୁ ୨୦ ପାହାଚ ବିଶିଷ୍ଟ ଏକ ଭଲ ପାଉଁଚ ଘାଟ ନିର୍ମାଣ କରାଯାଉଥିବା ବେଳେ ସାମାନ୍ୟ ତିନୋଟି ପାହାଚ ନିର୍ମାଣ ରେ କିଭଳି ଭାବେ ୯୧ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଛି ଏବଂ କାହା ସ୍ୱାର୍ଥରେ ଏହି ପାହାଚ ଏଭଳି ସ୍ଥାନରେ ତିଆରି ହୋଇଛି। ଯଦି ୯୧ ହଜ଼ାର ଟଙ୍କା ବିନିଯୋଗରେ ତିନୋଟି ପାହାଚ ନିର୍ମାଣ ହୋଇଛି ତା ହେଲେ ଗୋଟିଏ ପାହାଚକୁ ୩୧ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥିବାରୁ ମୃତିକା ସଂରକ୍ଷଣ ର ଗୋଟିଏ ପାହାଚ କୁ ତିରିଶ ହଜ଼ାର ଟଙ୍କା କହିଲେ ଅତୃପ୍ତ ହେବ ନାହିଁ।

ପୂର୍ବତନ ସରକାର ସମୟରେ ମୂର୍ତ୍ତିକା ସଂରକ୍ଷଣ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଅନେକ ସ୍ଥାନରେ ଦୁର୍ନୀତିର ଅଭିଯୋଗ ମଧ୍ୟ ହୋଇଥିବା ବେଳେ ଏହି ଅଭିଯୋଗ କେବଳ ତଦନ୍ତ ରେ ସୀମିତ ରହିଯାଇଛି। ଏବଂ ବର୍ତମାନ ଲୋକଙ୍କ ସରକାର ଏହି ଅଭିଯୋଗ କୁ ପୁନଃ ତଦନ୍ତ ପ୍ରକ୍ରିୟା ଆରମ୍ବ କଲେ ଅନେକ ଦୁର୍ନୀତିର ପର୍ଦାଫାଶ ହେବ। ଏ ସମ୍ପର୍କ ରେ ପ୍ରତିକ୍ରିୟା ନେବାକୁ ଜମନକିରା ପିଆଇ ସୁଦୀପ୍ତ ସେଠଙ୍କୁ ମୋବାଇଲ ନମ୍ବର 9337816182ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande