ବଲାଙ୍ଗିର, 14 ସେପ୍ଟେମ୍ବର (ହି.ସ.,)
: ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ, ଚେୟାରମ୍ୟାନ, ପି.ଏଲ୍.ଏ. (ପି. ୟୁ.ଏସ୍), ଶ୍ରୀଯୁକ୍ତ ବିମଲ କୁମାର ଚାନ୍ଦ, ଜଜ୍ ଫ୍ୟାମିଲି କୋର୍ଟ, ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ଵିତୀୟ, ଶ୍ରୀମତୀ ଅଞ୍ଜଳି ପାଢୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଶ୍ରୀଯୁକ୍ତ ଶଙ୍ଖ ଚକ୍ରବର୍ତୀ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀଯୁକ୍ତ ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ କୁନ୍ମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ୍ ଜଜ୍ (କନିଷ୍ଠ), ଶ୍ରୀମତୀ ସାସ୍ଵତି ମହାପାତ୍ର, ଜେ.ଏମ୍.ଏଫ୍.ସି., ଶ୍ରୀଯୁକ୍ତ ସାଧକ କାର୍ଜୀ, ଦିପାଳି ଦାସ, ଅର୍ଘ୍ୟରୂପା ମିଶ୍ର ଓ ନ୍ୟାୟାଧିକାରୀ ଶ୍ରୀଯୁକ୍ତ ଶିଶିର ଭୋଇ କୋଟର ମାମଲା ଗୁଡିକ ମିଂମାସା କରୁଥିଲେ । ଏଥିରେ ରେଜିଷ୍ଟର ସିଭିଲ କୋଟ ଶ୍ରୀଯୁକ୍ତ ଶ୍ରୀଦିପ ମିଶ୍ର, ସରକାରି ଓକିଲ ଓ ଜିଲ୍ଲା ବାର ର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲା ର ବିଭିନ୍ନ ରାଜସ୍ୱ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଙ୍ଗଲ ବିଭାଗ, ଜଳ ବିଭାଗ, ବିଦ୍ୟୁତ ବିଭାଗ, BSNL, ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ କର୍ମଚାରୀ ଙ୍କ ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପରୀକ୍ଷା ଓ ଚନ୍ଧୁ ପରୀକ୍ଷା କରାଯିବା ସହିତ ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ଵାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ଵାରା ବିକ୍ରି କରାଯାଇଥିଲା, ତା ସହିତ ବିଶେଷ ମଧ୍ୟସ୍ଥତା ଅଭିଯାନ ଉପରେ ସଚେତନତା ଶିବିର ଖୋଲା ଯାଇଥିଲା । ଏହି ରାଷ୍ଟ୍ରିୟ ଲୋକ ଅଦାଲତ ରେ ସମୁଦାୟ ୯୨୪୧ ଟି ମକୋଦ୍ଦମା ଫଇସଲା ହୋଇ ଟ. ୪,୪୩,୮୩,୧୪୯/- ରେ ମିଂମାସା ହୋଇଥିଲା । ଉକ୍ତ ଲୋକ ଅଦାଲତ କୁ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ପ୍ରାଧିକରଣ ର କର୍ମଚାରୀ ଓ ପାରା ଲିଗାଲ ସ୍ଵେଛାସେବୀ ବୃନ୍ଦ ସହଯୋଗ କରିଥିଲେ । ସେହି ପରି ଭାବେ ତାଲୁକ ଆଇନ ସେବା ପ୍ରାଧିକରଣ, ଟିଟିଲାଗଡରେ ଅନୁଷ୍ଠିତ ହୋଇଥିବା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ତାଲୁକ ଆଇନ ସେବା ପ୍ରାଧିକରଣ, ଟିଟିଲାଗଡ ଶ୍ରୀଯୁକ୍ତ ସନ୍ଦିପ କୁମାର ପଟ୍ଟନାୟକ, ସିଭିଲ ଜଜ (ବରିଷ୍ଠ), ଟିଟିଲାଗଡ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଏସଡିଜେଏମ, ଟିଟିଲାଗଡ ଶ୍ରୀଯୁକ୍ତ ସୁମିତ କୁମାର ପାଣିଗ୍ରାହୀ କୋଟର ମାମଲା ଗୁଡିକ ମିଂମାସା କରିଥିଲେ । ଏଥିରେ ବରିଷ୍ଠ ଓକିଲ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ, ଓ ଶ୍ରୀ ତନୟ କୁମାର ଠାକୁର ଓ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ପ୍ରାକ ମକଦ୍ଧମା ସମ୍ବନ୍ଧୀୟ ତଥା ବ୍ୟାଙ୍କ, ପାନୀୟ ଜଳ ଯୋଗାଣ ସମ୍ବଧୀୟ ୩୮୩ ମକଦ୍ଧମା ମଧ୍ୟରୁ ୩୪ଟିର ମାମଲା ଫଇସଲା କରାଯାଇ ୧୦,୬୫,୨୩୯ ରାଶି ଆଦାୟ କରାଯାଇଥିଲା ଏବଂ ନ୍ୟାୟାଳୟର ବିଚାରଧିନ ମାମଲାର ୫୧୫ ଗୋଟି ମକଦ୍ଧମା ମଧ୍ୟରୁ ୨୪୫ଟିର ଫଇସଲା ହୋଇ ମୋଟ ୨୫,୬୮,୬୫୩ ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ