୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାଇବର ଠକେଇ ଅଭିଯୋଗ
ବାରିପଦା, 17 ସେପ୍ଟେମ୍ବର (ହି.ସ.)-ଅନଲାଇନ ବିନିଯୋଗ ଜରିଆରେ ଅଧିକ ଆୟର ପ୍ରଲୋଭନ ଦେଖାଇ ୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ହୋଇଛି। ଏନେଇ ବାଦାମପାହାଡ଼ ଥାନା ଅନ୍ତର୍ଗତ ଖଡମବେଡା ଗ୍ରାମର ଲୋହିତ କିଶୋର ତିରିଆ ସାଇବର ଓ ଅର୍ଥନୈତିକ ଅପରାଧୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଅନଲାଇନ ଜରିଆରେ ଟଙ୍କା ବିନିଯୋଗ କରି ଅଧିକ ଟଙ୍କା କମାଇ ପାରିବେ ପ୍ରଲୋଭିତ କରିଥିଲେ। ସେ ରାଜି ହୋଇ ୬,୪୦,୦୦୦ ଟଙ୍କା ପ୍ରଦାନ କରିଥିଲେ। ଏହାପରେ କୋଣସି ଯୋଗାଯୋଗ କି ଟଙ୍କା ଫେରସ୍ତ କରିନଥିଲେ। ସମୁଦାୟ ଟଙ୍କା ଠକେଇ କରି ନେଇଥିଲେ। ବାରମ୍ବାର ଯୋଗାଯୋଗ କରିବାକୁ ପ୍ରଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇନଥିଲା। ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ