ଗଞ୍ଜାମ, ୧୭ ସେପ୍ଟେମ୍ବର(ହି.ସ.) – ଏକ ପେଡମାକେ ନାମ ୨.୦ ଅଭିଯାନରେ ପିତଳ ପଂଚାୟତରେ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ପିତଳ ହାଇସ୍କୁଲ, କୁନ୍ତି ଦେବୀ ଶିଶୁ ମନ୍ଦିର, ଧର୍ମାନନ୍ଦ ମହିଳା ସମିତି, ମେରୁବନ୍ଧ, ଲଙ୍ଘା ବନ୍ଧ, ପିତଳ କଲେଜରେ ଶହଶହ ବୃୃକ୍ଷରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିତଳ ସରପଂଚ ରାମରାଘବ ପାତ୍ର, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ହାଇସ୍କୁଲ ପ୍ରଧାନ ଶିକ୍ଷକ କୁମାରୀ ବେହେରା, ଅଂଚଳ ପରିଦର୍ଷିକା ସଞ୍ଜୁକ୍ତା ପ୍ରଧାନ, ପିଓ ପ୍ରଦ୍ୟୁମ୍ନ ଦାସ, ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ସହାୟିକା,ଏସହେଚଜିମିଶନ ଶକ୍ତି ସଦସ୍ୟା ଓ ସ୍ଥାନୀୟ ବହୁ ସ୍ୱେଚ୍ଛାସେବୀ ଯୁବକ ବୃକ୍ଷରୋପଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ