କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.) ଆଜି ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗ ସହଯୋଗରେ କେନ୍ଦୁଝରଗଡ ପୌରପାଳିକା ଦ୍ଵାରା କେନ୍ଦୁଝର ଅଡିଟୋରିୟମ ଠାରେ ସହରାଞ୍ଚଳର ବହୁମୁଖି ବିକାଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମ 'ଅଙ୍ଗୀକାର 2025' କାର୍ଯ୍ୟ ଖସଡ଼ା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦ ଅନନ୍ତ ନାୟକ ଯୋଗଦେଇ ସହର ବିକାଶ ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ସହ ପୌରପାଳିକାର ଅଧ୍ୟକ୍ଷା ଓ ବହୁ କାଉନସିଲର ସଦସ୍ୟ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA