ସମ୍ବଲପୁର, ୧୭ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ମେରା ଯୁବା ଭାରତ ସମ୍ବଲପୁର ପକ୍ଷରୁ ବିକାଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ସାହୁ, ଖେଳ ଶିକ୍ଷକ ଚନ୍ଦନ କୁମାର କର ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଭାକୁ ପରିଚାଳନ କରିଥିଲେ ପ୍ରକୃତି ବନ୍ଧୁ ତଥା ପୂର୍ବତନ ଜାତୀୟ ସ୍ୱଚ୍ଛାସେବୀ ସରୋଜ ମେହେର। ଏହି ସଭାରେ ଶ୍ରୀସାହୁ ବୃକ୍ଷର ଉପକାରିତା ଓ ବିକାଶ ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଖେଳ ଶିକ୍ଷକ ଶ୍ରୀକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଓ ତାଙ୍କର ବିଭିନ୍ନ କାର୍ଯ୍ୟ ବିଷୟରେ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏକ ପେଡ ମା କେ ନାମରେ ଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୫୦ ଜଣ ଛାତ୍ରୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ