ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ର ହସନାବାଦ ପଂଚାୟତ ର ଅସ୍ତକ ଗ୍ରାମର ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣା ରୁ ପ୍ରକାଶ ଯେ ଉକ୍ତ ଗ୍ରାମର ପଂଚାନନ ମଲିକ ତାଙ୍କର ପୁତୁରା ବହୁ ଯଶୋଦା ମଲିକ , (ସ୍ୱାମୀ ପ୍ରଶାନ୍ତ) କୁ ଟାଙ୍ଗିଆ ରେ ହାଣି ଦେବା ପରେ ସେ ଗୁରୁତର ହୋଇ ଥିଲେ ତାଙ୍କୁ ଡାକ୍ତରଖାନା ନେବା ବେଳେ ବହୁର ମୃତ୍ୟୁ ହୋଇ ଯାଇଥିଲା। ତେବେ ବହୁ ର ମୃତ୍ୟୁ ଖବର ଶୁଣି ଶଶୁର ପଂଚାନନ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଧୁଷୁରି ପୋଲିସ ଖବର ପାଇ ଘଟଣା ତଦନ୍ତ କରିବା ସହ ଦୁଇଟି ମାମଲା ରୁଜୁ କରିଛି। ପଂଚାନନ ଙ୍କ ଆତ୍ମ ହତ୍ୟା ରେ ଏକ ଅପ ମୃତ୍ୟୁ ୩୬/୨୫ ରେ ରୁଜୁ ହୋଇ ଥିବାବେଳେ। ଯଶୋଦା ଙ୍କୁ ହତ୍ୟା ଅଭିଯୋଗ ରେ କେସ ନମ୍ୱର ୪୪୬/୨୫ ରେ ଏକ ମାମଲା ରୁଜୁ କରା ଯାଇଛି। ସୁଚନା ଥାଉ କି ୫ ଦିନ ପୂର୍ବେ ପଂଚାନନ ତାଙ୍କ ସ୍ତ୍ରୀ କୁ ମନ୍ଧ୍ୟା ମାଡ ମାରିଥିଲେ ସେ ଏବେ ଭଦ୍ରକ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । ତେବେ ଉକ୍ତ ଦୁଃଖଦ ଘଟଣା ଉକ୍ତ ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ