ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ବିଜେପି
ସରକାରରେ ଆଦିବାସୀ ଛାତ୍ର ଛାତ୍ରୀ ଅସୁରକ୍ଷିତ। ସରକାର ବିଜ୍ଞାପନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ
କରୁଛନ୍ତି । ଦୋଷ ଦୁର୍ବଳତାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେବି ଲୁଚିବନି। ସରକାରଙ୍କ ଡେଲିଭରୀ
ସିଷ୍ଟମ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ଆଦିବାସୀ
ବହୁଳ ଅଞ୍ଚଳରେ ଏସସି ଓ ଏସଟି ମହିଳାଙ୍କୁ ଦୁଷ୍କର୍ମ ବଢିଥିଲେ ବି ପୀଡ଼ିତାଙ୍କୁ ନ୍ୟାୟ ମିଲି
ପାରିଲାନି। ଆଶ୍ରମ ସ୍କୁଲ ରେ ଝିଅ ଙ୍କୁ ସୁରକ୍ଷିତ ରଖିବାରେ ସରକାର ବିଫଳ। ପ୍ରତିଦିନ
ଛାତ୍ରୀଙ୍କ ଉପରେ ପାଶବିକ ଅତ୍ୟାଚାର ହେଉଛି। ବିଜେଡି ସରକାର ସମୟରେ ୫ ଲକ୍ଷ ୫୦ ହଜାର
ପିଲାଙ୍କୁ ରଖି ପାଠ ପଢ଼ାଗଲା। ବିଜେପି ସରକାର ସମୟରେ ଗୋଟିଏ ସ୍କୁଲ ଖୋଲିଲାନି କି ଜଣେ ପିଲା
ବି ବଢ଼ିନାହାଁନ୍ତି। ଅନ୍ୱେଷା ସ୍କିମ୍ ସରକାର ବନ୍ଦ କରିଦେଲେ । ୫ ମାସ ହେଲା ଆଶ୍ରମ ସ୍କୁଲ ଓ
ହଷ୍ଟେଲ ସ୍କୁଲ ରେ ପିଲାଙ୍କୁ ଖାଇବା ପାଇଁ ପଇସା
ମିଳୁନି। ଏପରି ହେଲେ ଛାତ୍ର ଛାତ୍ରୀ ଅପପୃଷ୍ଟି ବଢିବ। ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀ
କିନ୍ତୁ ଆଦିବାସୀ ପିଲାଙ୍କୁ ଖାଇବାକୁ ଦେଇ ପାରୁନାହାନ୍ତି। ପିଲାଙ୍କୁ ଛାତ୍ର ବୃତ୍ତି ମିଳିନି।
ଏ ନେଇ ସରକାର ବ୍ୟବସ୍ଥା କରନ୍ତୁ। ବଜେଟରେ ପ୍ରାବଧାନ ଥାଇ ବି ଛାତ୍ର ବୃତ୍ତି ପାଉନାହାନ୍ତି
ଛାତ୍ର ଛାତ୍ରୀ ବୋଲି ବିଜେଡି ନେତା ଅଭିଯୋଗ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା