ବଲାଙ୍ଗିର ୧୭ ସେପ୍େଟମ୍ବର (ହି.ସ.) - ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି, ବଲାଙ୍ଗିର ଠାରେ “ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଚେତନତା ସଭା ଓ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସଭାରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ଉପ ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ପାଣିଗ୍ରାହୀ, କାଙ୍ଘ;ନବାଲା ମହାରଣା ଓ ଦଶମ ଶ୍ରେଣୀର ଛାତ୍ରୀ ବିନ୍ଦିଆ ବେହେରା ପ୍ରମୁଖ ମାଁ କୁ ଭଲପାଇବା ଓ ଧରିତ୍ରୀ ମାଁ ପ୍ରତି ଆମର କର୍କ୍ଷବ୍ୟ ପାଳନ କରି ବୃକ୍ଷରୋପଣ ଓ ତାର ଯତ୍ନ ସଂମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ସଞ୍ଜୟ କୁମାର ଦାଶ କ୍ଷ ଶେଷରେ ବରିଷ୍ଠ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ପରିସରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷାରୋପଣ କରାଯାଇ ଥିଲା। ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ-ଗୁରୁମା ବୃକ୍ଷାରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
-----------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ