କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନରଣପୁର ମଣ୍ଡଳ ଦ୍ୱାରା ଆୟୋଜିତ ବୃଷରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ। କେନ୍ଦୁଝର ସହର ନିକଟସ୍ତ ଶିରୀଶପାଳ ପଂଚାୟତ ର ବଳଭଦ୍ରପୁର ଠାରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଟି ର ମହିଳା ଉପସ୍ଥିତ ହୋଇ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରିଥିଲେ। ମଣ୍ଡଳ ସଭାପତି ରତିରଞ୍ଜନ ସାହୁ, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଉପସଭାପତି ଦେବପ୍ରସାଦ ମିଶ୍ର,ବିଜେପି ବରିଷ୍ଠ ନେତା ଦିଲ୍ଲୀପ କୁମାର ପଣ୍ଡା, ମହିଳା ନେତ୍ରୀ ପ୍ରମିଳା ମହାନ୍ତ, ସ୍ଥାନୀୟ ସରପଞ୍ଚ କେଦାରନାଥ ନାଏକ, ନରଣପୁର ମଣ୍ଡଳ ର ସାଧାରଣ ସମ୍ପାଦକ ଦେବବ୍ରତ ଗିରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହେବା ସହିତ ବୃକ୍ଷ ରୋପଣ କରିଥିଲେ। ନରଣପୁର ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA