ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.)ପବିତ୍ର ବିଶ୍ଵକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭ ଜନ୍ମଦିନ ଅବସରରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ୟୁଥ୍ ରେଡ଼କ୍ରସ ୟୁନିଟ୍, ଏନ୍ଏସ୍ଏସ୍ ଶାଖା ଓ ଏନ୍ସିସି ୟୁନିଟ୍ ର ମିଳିତ ଆନୁକୁଲ୍ୟରେ ବୁଧବାର ଦିନ କଲେଜ ପରିସର, ମିନିଷ୍ଟାଡିଅମ, ସରାପାଲି ବାଲୁଙ୍କେଶ୍ଵର ଶିବ ମନ୍ଦିର ଓ ସରାପାଲି ପଞ୍ଚାୟତ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଆନୁଷ୍ଠାନିକ ଭାବରେ ନାକଟିଦେଉଳ ବ୍ଳକ୍ ର ଭାରପ୍ରାପ୍ତ ବିଡିଓ ବିଦ୍ୟାଧର ରାଉତରାୟ ଉଦଘାଟନ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱ ଓ ୟୁଥ ରେଡ଼କ୍ରସ୍ ୟୁନିଟ୍ ଅଧିକାରୀ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ, ଏନ୍ ସି ସି ଅଫିସର ହିମାଂଶୁ ବାରିକ, ଏନ୍ ଏସ୍ ଏସ୍ ପ୍ରୋଗାମ ଅଫିସର୍ ଅଧ୍ୟାପିକା ଡ଼ ପୁଷ୍ପାଞ୍ଜଳି ରବନା ଓ ଅଧ୍ୟାପକ ଭଜମୋହନ ପ୍ରଧାନ ତଥା ସୁଦାମ ଚରଣ ସାହୁ ଓ ଧନଞ୍ଜୟ ମହାକୁଡ଼ ଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସରାପାଲି ଗ୍ରାମପଞ୍ଚାୟତ ରେ ହୋଇଥିବା କାର୍ଯ୍ୟକ୍ରମ ରେ ସରପଞ୍ଚ ଶିବାନୀ ବାରିକ ବୃକ୍ଷରୋପଣ କରିଥିଲେ । ଏହି ମେଗା ବୃକ୍ଷରୋପଣ ଅଭିଯାନରେ ଶାଗୁଆନ, ଇଉକାଲି ପଟାସ୍, ଆମ୍ବ, ପଣସ, ନିମ୍ବ ଓ କରଞ୍ଜ ପ୍ରଭୃତି ୫୦ଟି ଚାରା ରୋପଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ୧୦୦ ଟି ଚାରା ବଣ୍ଟନ କରାଯାଇଥିଲା । ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ, ଜୟନ୍ତୀ ପ୍ରଧାନ ତଥା ଏନ୍ ସି ସି କେଡ଼େଟ୍ସ, ୟୁଥ ରେଡ଼କ୍ରସ ଓ ଏନ୍ଏସ୍ଏସ୍ ର ଭଲିଣ୍ଟିୟର ମାନେ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ