ବଲାଙ୍ଗିର, 17 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ପୌର ପାଳିକାର ଧ୍ୟାନ ନାହିଁ ବରଂ ଲୋକଙ୍କର ସମସ୍ୟା ହେଲେ କୁମ୍ଭିର କାନ୍ଦଣା କରୁଛନ୍ତି । ବର୍ଷା ଋତୁ ପୂର୍ବରୁ ସହରରେ ଥିବା ବଡ ଓ ଛୋଟ ଡ୍ରେନ ମରାମତି ତଥା ଉଚିତ ସଫେଇ କରିବା ତଥା ପୌର ପାଳିକା ସେ କାମକୁ ଯଥୋଚିତ ସମୟରେ ନ କରିବାରୁ ଅସରାଏ ବର୍ଷାରେ ସହରବାସୀ ପାଣିରେ ଉଟୁବୁଟୁ ହେଉଛନ୍ତି । ସେ କଥାକୁ ନେଇ ବିରୋଧି ଦଳ ହିସାବରେ ନଗର କଂଗ୍ରେସ ପ୍ରତିବାଦ କଲେ, ମନ୍ଦିର ଭିତରେ କିଏ ଅଛ ମୁଁ କଦଳି ଖାଇ ନାହିଁ ଭଳିଆ ଭିତ୍ତିହୀନ, ଦାୟିତ୍ୱହୀନ ଅଭିଯୋଗ କରୁଛନ୍ତି ପୌରାଧ୍ୟକ୍ଷା । ଗତ କିଛି ବର୍ଷ ହେବ ଟାଉନ ହଲ କୁ ପୌର ପରିଷଦ ଗୋଦାମ ଗୃହ ଭାବେ ବ୍ୟବହାର କରୁଛନ୍ତି । ପୂର୍ବରୁ ସହରର ସରକାରୀ, ବେସରକାରୀ, ସାଂସ୍କୃତିକ ଅନୁଷ୍ଠାନ ମାନ ଅନୁଷ୍ଠିତ ହେଉଥିଲା କିନ୍ତୁ ଆଜି ତାହା ଗୋଦାମ ଗୃହରେ ପରିଣତ ହୋଇଛି । ମହାରାଣୀ ସାଗର ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଦଳ ନାଁ ରେ କାର୍ଯ୍ୟାଦେଶ ନେଇ ଜଣେ ଲୋକ କାମ କରି କୋଟି କୋଟି ଟଙ୍କା ହଡପ କରିଛନ୍ତି । ଏ ସବୁ କୁ ନେଇ ବିଗତ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନଗର କଂଗ୍ରେସ ତରଫରୁ ଧାରଣା ଦିଆଯାଇଥିଲା । ଏହାକୁ ବିରୋଧ କରି ପୌରାଧ୍ୟକ୍ଷା ବିଗତ ୧୦ ବର୍ଷରେ ବିଗତ ଦିନର ବିଧାୟକଙ୍କ କାର୍ଯ୍ୟକଳାପ ଓ ଲକ୍ଷ୍ମୀଜୋର ପ୍ରକଳ୍ପରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ କରୁଛନ୍ତି । ଆଜିର ତାର ପ୍ରତିବାଦରେ ସହରର ବିଭିନ୍ନ ସ୍ଥାନରେ ଯଥା ସୁଦପଡା, ସରକାରୀ ବସଷ୍ଟାଣ୍ଡ, ଭାଗିରଥି ଛକ, ବିକ୍ରମ ଛକ ପ୍ରଭୃତି ସ୍ଥାନରେ ପଥପ୍ରାନ୍ତ ସଭା କରି ଜନସାଧାରଣଙ୍କୁ ଅବଗତ କରାଇବା ସହ ବିଗତ ଦିନରେ ପୂର୍ବତନ ବିଧାୟକଙ୍କ କାର୍ଯ୍ୟକଳାପ ସହ ଲକ୍ଷ୍ମୀଯୋର ପ୍ରକଳ୍ପର ଦୁର୍ନିତି ବିଷୟରେ ଭିଜିଲେନ୍ସ ତଦନ୍ତ ଦାବି କରି ଦୋଷି ସବ୍ୟସ୍ତ ହେଲେ କଂଗ୍ରେସ ସାଦରରେ ଗ୍ରହଣ କରିବ । କିନ୍ତୁ ମହାରାଣୀ ସାଗର ପ୍ରକଳ୍ପ ରେ ଦୁର୍ନିତି ଏବଂ ପୌର ପରିଷଦର ଦୁର୍ନିତି ରେ ଭିଜିଲାନ୍ସ ତଦନ୍ତ ଦାବିକୁ ପୌରାଧ୍ୟକ୍ଷା ଗ୍ରହଣ କରିବେ କି ବୋଲି ଆଜି ପଥପ୍ରାନ୍ତ ସଭାରେ ସଭାପତି ବୁଲୁ ଦାନିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଆହ୍ୱାନ ଦେଇଥିଲେ । । ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଦଳିତ ନେତା ଓମ୍ ପ୍ରକାଶ କୁମ୍ଭାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ସଂଜୟ ମିଶ୍ର, କିରନ ସେଠ, ସମିର କୁମ୍ଭାର, ସୀତାରାମ କୁମ୍ଭାର, ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ବଢିଆ, ମିରା ମଣ୍ଡଳ, ଜୁଲୁ ପଟ୍ଟନାୟକ, କୌଳାସ ମିଶ୍ର, ଅବଦୁଲ ରଜାକ, ସନ୍ତୋଷ ଗୌଡ, ବ୍ରଜ ସେଠି, ସୋହନ ନାଏକ, ଓମ୍ କୁମାର ନାଏକ, ସରଗମ ଭୋଇ, କୁଞ୍ଜବିହାରି ବଳିଆ, ପଂଚାନନ ସେଠ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରିତମ ସୁନା, ଦିପ୍ତି ରଂଜନ ସାଏ, ରିପୁନ ପ୍ରଧାନ, ରାଜେଶ ରଣା ପ୍ରମୁଖ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ