ଜୟପୁର ସିଟି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପେଡ୍ ମା କେ ନାମ୍ 2.0
ଜୟପୁର, 17 ସେପ୍ଟେମ୍ବର (ହି.ସ.) ଜୟପୁର ସିଟି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପେଡ୍ ମା କେ ନାମ୍ 2.0 | ଏହି ଅବସରରେ ସିଟି ହାଇସ୍କୁଲର ଛାତ୍ରଛାତ୍ରୀମାନେ ହଳଦିଆ ଡ୍ୟାମ ନିକଟ ବଦଲିଗୁଡାରେ ଏକ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ। ସାଇକଲ ରାଲିରେ SEEWA ର ସଭ୍ୟ ଜି ଭି ରେଡ
ଜୟପୁର ସିଟି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପେଡ୍ ମା କେ ନାମ୍ 2.0


ଜୟପୁର, 17 ସେପ୍ଟେମ୍ବର (ହି.ସ.)

ଜୟପୁର ସିଟି ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ପେଡ୍ ମା କେ ନାମ୍ 2.0 | ଏହି ଅବସରରେ ସିଟି ହାଇସ୍କୁଲର ଛାତ୍ରଛାତ୍ରୀମାନେ ହଳଦିଆ ଡ୍ୟାମ ନିକଟ ବଦଲିଗୁଡାରେ ଏକ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଥିଲେ। ସାଇକଲ ରାଲିରେ SEEWA ର ସଭ୍ୟ ଜି ଭି ରେଡ୍ଡୀ, କେ ମୋହନ ରାଓ, ସୋମ୍ୟ ରଂଜନ ଦଲାଇ ଏବଂ ବିଦ୍ୟାଳୟର କର୍ମଚାରୀ ଜି ସାଇ ଶେଖର, ଧନପତି ଭତ୍ରା ସହିତ 57 ଜଣ ଛାତ୍ର ଛାତ୍ରୀ ଗ୍ରାମ ପରିଦର୍ଶନ କରି ଲୋକଙ୍କୁ ନିଜ ଆଖପାଖ ପରିବେଶ କୁ ପରିଷ୍କାର ରଖିବା ଏବଂ ଅଧିକ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ। ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅବସରରେ ଆଜି 75 ଟି ଆମ୍ବ ଗଛ ଲଗାଯାଇଥିଲା | ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସହ ଏହି ସ୍ଥାନକୁ ସାଇକଲ ରେ ଯାଇ ପିଲା ମାନଙ୍କ ସହ ଚାରା ରୋପଣ କରିଥିଲେ। ସିଟି ହାଇସ୍କୁଲର ବି ସୁଜତା ପ୍ରଧାନଶିକ୍ଷୟତ୍ରୀ ତଥା ସିଟି ଇଂରାଜୀ ମଧ୍ୟମ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ସୁଧାକର ପଟ୍ଟନାୟକ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। 12 କିଲୋମିଟର ଦୂରତା ଅତିକ୍ରମ କରି ଛାତ୍ରଛାତ୍ରୀମାନେ ରାସ୍ତାରେ ସ୍ଲୋଗାନ ଦେଇଥିଲେ ଏବଂ ସଚେତନତା ସୃଷ୍ଟି କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande