ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଧାମନଗର ବିଡିଓ ଙ୍କୁ ଘେରିଲେ
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଗଠିତ ହୋଇଥିବା ଏସଏଚଜି କୁ ନେଇ ଦିନକୁ ଦିନ ଧାମନଗରେ ବିବାଦ ବଢ଼ିବାରେ ଲାଗିଛି। କେତେବେଳେ ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ଆଦି କର୍ମଚାରୀ ଦରମା ପାଉନାହାନ୍ତି। ତ ପୁଣି କେତେବେଳେ ଗଠିତ କ
DHAMNAGAR BDO NKA MAHILA MANE GHERILE


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଗଠିତ ହୋଇଥିବା ଏସଏଚଜି କୁ ନେଇ ଦିନକୁ ଦିନ ଧାମନଗରେ ବିବାଦ ବଢ଼ିବାରେ ଲାଗିଛି। କେତେବେଳେ ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ଆଦି କର୍ମଚାରୀ ଦରମା ପାଉନାହାନ୍ତି। ତ ପୁଣି କେତେବେଳେ ଗଠିତ କମିଟିର କର୍ମକର୍ତା ପରିବର୍ତନ ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଥିବା ଏସଏଚଜି, ସିଏଲଏଫ, ଜିପିଏଲଏଫ ଓ ବିଏଲଏଫର କର୍ମକର୍ତା ପରିବର୍ତନ କରିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଧାମନଗର ବ୍ଲକ ଅଂଚଳରେ କାର୍ଯ୍ୟ କରୁଥିବା ଏସଏଚଜି ସଭାନେତ୍ରୀ ଓ ସମ୍ପାଦିକା ସରକାରଙ୍କ ତରଫରୁ କର୍ମକର୍ତା ପରିବର୍ତନକୁ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାକୁ ନେଇ ବୁଧବାର ମହିଳା ମାନେ ଉକ୍ତ ନିର୍ଦ୍ଦେଶ କୁ ବେଆଇନ ଦର୍ଶାଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ସ୍ତରରେ ଥିବା ମାତୃଶକ୍ତି ବିଏଲଏଫ ଜରିଆରେ ୩୧ ଟି ପଂଚାୟତ ସ୍ତରୀୟ ମହାସଙ୍ଘର ସଭାପତି, ସମ୍ପାଦିକା ଓ ଇସି ମେମ୍ବର ଦୀର୍ଘ ୧୬ ବର୍ଷ ହେବ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବ ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ବେଳେ ନୂତନ ସରକାର ମାର୍ଚ୍ଚ ମାସ ପର‌୍ୟ୍ୟନ୍ତ ଆର୍ôଥକ ରାଶି ପ୍ରଦାନ କରିଥିବା ବେଳେ ଅନ୍ୟ ମହିଳାଙ୍କୁ ସବୁ ଥୁରୁ ବଂଚିତ କରିଛି। ଏହାସତ୍ୱେ ସରକାର ଏବେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥାନରେ ନୂତନ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସହ ସହ ମହିଳା ଏଭଳି ନିର୍ଦ୍ଦେଶ ନାମାକୁ ବିରୋଧ କରିଛନ୍ତି। ସଭାନେତ୍ରୀ ଓ ସମ୍ପାଦିକା ବ୍ଲକ କାର୍ଯ୍ୟାଳୟରେ ପହଂଚି ବିଡ଼ିଓ ଓ ମିଶନ ଶକ୍ତି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି କର୍ମକର୍ତା ପରିବର୍ତନ ଓ ନୂତନ ନିଯୁକ୍ତିକୁ ବିରୋଧ କରିଛନ୍ତି। ଆଗାମୀ ଦିନରେ କୌଣସି ପରିବର୍ତନ ନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଯଦି ସରକାର ଆମ କଥା ନସୁଣନ୍ତି ତାହାଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଆତ୍ମହୁତି ଦେବାକୁ କଳ୍ପନା ମଲ୍ଲିକ, ସୁନନ୍ଦା ସାହୁ, ସସ୍ମିତା ସାମଲ ଓ ଅନ୍ୟ ମହିଳା ମାନେ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande