ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ ଅନୁଷ୍ଠିତ
କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୁଲ୍ୟରେ ସମଗ୍ର ଜିଲ୍ଲାର ସମସ୍ତ ପଞ୍ଚାୟତ ବ୍ଲକ, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ କରାଯାଇଛି। ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ
ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ ଅନୁଷ୍ଠିତ


କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତଥା ଜଙ୍ଗଲ ପରିବେଶ ବିଭାଗ ଆନୁକୁଲ୍ୟରେ ସମଗ୍ର ଜିଲ୍ଲାର ସମସ୍ତ ପଞ୍ଚାୟତ ବ୍ଲକ, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ କରାଯାଇଛି। ଜିଲ୍ଲା ସ୍ତରୀୟ “ଏକ ପେଡ ମା କେ ନାମ ୨.୦” ଚାରା ରୋପଣ ଅଭିଯାନ କାର୍ଯ୍ୟକ୍ରମ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ଗ୍ରା.ପ ର କେନ୍ଦୁଆ ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦୁଝର ଅନନ୍ତ ନାଏକ, ଜିଲ୍ଲାପାଳ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ୧୦,୦୭,୦୦୯, ଦଶ ଲକ୍ଷ ସାତ ହଜାର ନ‘ ଗୋଟି ବୃକ୍ଷରୋପଣ କରାଯାଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ। ସମସ୍ତେ ଏକ ଦିବସୀୟ ବୃହତ ଚାରାରୋପଣ ଅଭିଯାନକୁ ସଫଳ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ସାଂସଦ ଅନନ୍ତ ନାଏକ ସାମ୍ପ୍ରତିକ ସ୍ଥିତିରେ ଅସନ୍ତୁଳିତ ପରିବେଶ ରୁ ରକ୍ଷା ପାଇବାପାଇଁ ସୁସ୍ଥ ଅମ୍ଳଜାନ ର ଆବଶ୍ୟକତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ତାଙ୍କ ଦ୍ୱାରା ପରିକଳ୍ପିତ “ଏକ ପେଡ ମା କେ ନାମ”ଅଭିଯାନ ମାଧ୍ୟମରେ ଏକ ସବୁଜ ସୁନ୍ଦର ଧରିତ୍ରୀ ର ସ୍ୱପ୍ନ କୁ ସାକାର କରିବାପାଇଁ ବୃକ୍ଷ ରୋପଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande