ଗରିବ କଲ୍ଯାଣ ସମାବେଶ
ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.)ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ,
ଗରିବ କଲ୍ଯାଣ ସମାବେଶ


ଗରିବ କଲ୍ଯାଣ ସମାବେଶ


ଗରିବ କଲ୍ଯାଣ ସମାବେଶ


ଗରିବ କଲ୍ଯାଣ ସମାବେଶ


ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.)ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ରବିନାରାୟଣ ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଅଧିକ୍ଷକ ରେହାନ କ୍ଷତ୍ରି, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଶ୍ରୀ ନାଏକ ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୫ ତମ ଜନ୍ମଦିନ ପାଳନ ପୂର୍ତ୍ତି ଅବସରରେ ଦେଶରେ ଅନେକ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେଇଛି । ଏହି ପରିପ୍ରେକ୍ଷୀ ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଗରିବ କଲ୍ଯାଣ ଯୋଜନାର ମୂଳଦୁଆ ଥିଲା ଯଶ୍ୱସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା। ଯାହା ଦେଶର ସମସ୍ତ ନାଗରିକଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଶସକ୍ତ କରିବା ଉପରେ ପ୍ରାଧାନ୍ଯ ରଖିଥିଲେ। ଆଗାମୀ ଦିନରେ ମାତୃଶକ୍ତିକୁ ଶଶକ୍ତ କରାଇବା ପାଇଁ ୫ ହଜାର ମହିଳାଙ୍କୁ ବିଭିନ୍ନ ଯୋଜନାରେ ପ୍ରଶିକ୍ଷଣ ଦିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଦେଶକୁ ଯେତେବେଳେ ଗୋଟିଏ ସଠିକ ନେତୁତ୍ଵର ଦିଗଦର୍ଶନ ମିଳେ ସେତେବେଳେ ଦେଶ ଗୌରବନନିତ୍ବ ହୋଇଥାଏ।ସମ୍ବଲପୁର ଜିଲ୍ଲାରୁ ୧୧୪୦ ଜଣ ହିତାଧିକାରୀ ମାନଙ୍କୁ ସ୍ଵାନିଧି ଯୋଜନା, ରାସନ କାର୍ଡ, କୁତ୍ରିମ ଗୋଡ, ପଶୁ(ଛେଳି,ଗାଈ)ପାଳନ ଗୃହ, ବସୁନ୍ଧରା, ଲେବର କାର୍ଡ, ଶ୍ରବଣ ଯନ୍ତ୍ର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏମିତି ୨୦ ଟି ଯୋଜନା ଅନ୍ତର୍ଭୁକ କରାଯାଇଛି ବୋଲି ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲାର ଉନ୍ନତି କରିବାକୁ ହେଲେ ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ଵ ନେବାକୁ ପଡିବ। ଏହି ଜିଲ୍ଲାରେ ଅନେକ ସମ୍ଭାବନା ଅଛି, କେବଳ ସମ୍ବଲପୁରୀ ବସ୍ତ୍ରରେ ସୀମିତ ରଖିଦେଲେ ହେବନି, ଏହାକୁ ନେଇ ବଡ ବ୍ୟବସାୟରେ ପରିଣତ କରିବାକୁ ପଡିବ ବୋଲି ସେ ଆହ୍ବାନ ଦେବା ସହ ଜିଲ୍ଲା ପ୍ରଶାସନକୁ ଏହାର ଦାୟିତ୍ଵ ଦେଇଥିଲେ। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି 'ସମ୍ବଲପୁରୀ ହବ୍'। ସମ୍ବଲପୁରୀ ବସ୍ତ୍ର ତିଆରି କରିବାରେ ଅନେକ ମହିଳା ନିୟୋଜିତ ଅଛନ୍ତି । ଯଦି ୫ ହଜାର ମାଁ ଓ ଝିଅ ମାନଙ୍କୁ ସିଲେଇ ମେସିନ ଉପଲବ୍ଧ ସହ ଉତ୍ତମ ପ୍ରଶିକ୍ଷଣ ଦିଆଯାଇ ସେହିପରି ବଜାରର ବ୍ୟବସ୍ଥା କରାଯାଏ ତେବେ ସେମାନେ ନିଶ୍ଚିତ ସ୍ବାବଲମ୍ବୀ ହୋଇପାରିବେ ଓ ସମ୍ବଲପୁରୀର ଉନ୍ନତି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସୂଚନା ଅନୁଯାୟୀ ଜିଲ୍ଲାରେ ବିଭିନ୍ନ ବିଭାଗ ମାଧ୍ୟମରେ ବହୁ ସରକାରୀ ଯୋଜନାରୁ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ କରାଯାଇଛି। ମୋଟ ୧୧୨୩ ଜଣ ଲାଭାର୍ଥୀ ବିଭିନ୍ନ କ୍ଷେତ୍ରରେ ଲାଭାନ୍ବିତ ହୋଇଛନ୍ତି। ସିଏମଡି (ଗୁଡା)

ବିଭାଗ ମାଧ୍ୟମରେ ପି.ଏମ. ସ୍ୱନିଧି ଯୋଜନାରେ ୫ ଜଣ, ଏବଂ ପିଏମ୍ଏଓ୍ବାଇ- ୟୁ ଯୋଜନାରେ ୧୦ ଜଣଙ୍କୁ ଘର ପ୍ରଦାନ କରାଯାଇଛି। ଡିଏସ୍ଏସ୍ଓ ବିଭାଗ ଦ୍ୱାରା ଜିଏନ୍ଓଏପିରେ ୫ ଜଣ, ପ୍ରୋସ୍ଥେଟିକ୍ ଲେଗ୍, ୧ ଜଣ ଏବଂ ଶ୍ରବଣ ଯନ୍ତ୍ର ୪ ଜଣ, ପିଏମ୍ ଆଣ୍ଡ ଡିଡବ୍ଲୁ ବିଭାଗ ଦ୍ୱାରା –ରାସନ କାର୍ଡ – ୧୮୧ ଜଣ, ମନରେଗା ଅନ୍ତର୍ଗତ ପୋଲ୍ଟ୍ରି ସେଡ଼ – ୧୧୧ ଜଣ, ଏନ୍ଏଫବିଏସ୍– ୫୧ ଜଣ, ଶ୍ରମିକ କାର୍ଡ – ୯୬ ଜଣ, ମନେରଗା ଅନ୍ତର୍ଗତ ଛେଳି ପାଳନ ଗୃହ– ୧୮୪ ଜଣ, ଗାଈ ପାଳନ ଗୃହ– ୧୧୨ ଜଣ, ପେନ୍ସନ – ୧୩୬ ଜଣ, ଆଇଏଚ୍ଏଚ୍ଏଲ୍ (ଏସବିଏମ୍) – ୪୩ ଜଣ, ବସୁନ୍ଧରା ଯୋଜନା – ୪୬ ଜଣ, ଏଫ୍ଆରଏ ପଟ୍ଟା – ୭ ଜଣ, ଓଏଲ୍ଏମ (ସିଆଇଏଫ) – ୮ ଜଣ, ପିଏମଜେଜେବିଓ୍ବାଇ – ୭ ଜଣ, ମନେରଗା ଅନ୍ତର୍ଗତ ରିଙ୍ଗ୍ଓ୍ବେଲ – ୬୮ ଜଣ,କୃଷି ବିଭାଗ ମାଧ୍ୟମରେ ଏମକେୟୁଓ୍ବାଇ ଯୋଜନାରେ ୪୮ ଜଣ, ନିଖୟ ପୋଷଣ ରେ ୨୦ଜଣ, ପୋଷଣ ମାଁ ରେ ୪ ଜଣ ଲାଭାନ୍ବିତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande