ଜୟପୁର, 17 ସେପ୍ଟେମ୍ବର (ହି.ସ.)- ସରକାରୀ ଉଚ୍ଚ ବିଦ୍ୟାଳୟ , ଜୟନ୍ତଗିରୀ ରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁବାଲା ମୁନି, ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଚନ୍ଦନ କୁମାର ପ୍ରଧାନ ଯୋଗ ଦେଇ ପ୍ରଥମେ ଏକ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାପରେ ବିଦ୍ୟାଳୟର 200 ପିଲା ବୃକ୍ଷରୋପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଚାରାରୋପଣ କରି ପରିବେଶ ସୁରକ୍ଷା ସକାଶେ ସମସ୍ତଙ୍କୁ ନିଜ ମାଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ ଦେବା ସହ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଏହି ଭଳି ମହତ୍ କାର୍ଯ୍ୟକୁ ଭୂୟଷୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତାଙ୍କର ବାଲୁକା କଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି