ଜିଲ୍ଲା ସ୍ତରୀୟ ଏକ ବୃକ୍ଷ ଧରିତ୍ରୀ ମା ପାଇଁଅଭିଯାନର ଶୁଭାରମ୍ଭ।
ଖୋର୍ଦ୍ଧା, 17 ସେପ୍ଟେମ୍ବର (ହି.ସ.) ପଲ୍ଲା ତୋଟାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଏକ ପେଡ୍ ମାଁ କେ ନାମ୍ ଯୋଜନା ଅଧୀନ ଗୋଟିଏ ବୃକ୍ଷ ମା ଧରିତ୍ରୀ ପାଇଁଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି l ମୁଖ୍ୟ
Chara


ଗଛ


ଚାରା


ଖୋର୍ଦ୍ଧା, 17 ସେପ୍ଟେମ୍ବର (ହି.ସ.) ପଲ୍ଲା ତୋଟାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଏକ ପେଡ୍ ମାଁ କେ ନାମ୍ ଯୋଜନା ଅଧୀନ ଗୋଟିଏ ବୃକ୍ଷ ମା ଧରିତ୍ରୀ ପାଇଁଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଆଇନ ଓ ଅବକାରୀ ପୃଥିରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ବିଧାୟକ, ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା କ୍ଷୀରାଦ୍ଵୀ ତନୟା ସାହୁ, ପଲ୍ଲାତୋଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ମନପ୍ରିତ୍ ମହାନ୍ତି ପ୍ରମୁଖ ଯୋଗଦେଇ ଧରିତ୍ରୀ ମା ଏବଂ ସମସ୍ତ ଜୀବଜଗତ ସୁରକ୍ଷା ପାଇଁ ଗିରାଙ୍ଗ, ଜାମ୍ମୁ, କଦମ୍ବ, ଅର୍ଜୁନଓ ସିଶୁ ଆଦି ବୃକ୍ଷ ଚାରା ରୋପଣ କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମ୍ରିତ୍ ଋତୁରାଜ, ସମସ୍ତ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଧାରା ପୃଷ୍ଠ ସବୁଜମୟ ହେଉ କାମନା କରିଥିଲେ l ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ପୃଥିବୀ ପୃଷ୍ଠରେ ବୃକ୍ଷ ରୋପଣ ର ଯୋଜନା ଏକ ପେଡ ମାଁ କେ ନାମ୍ ଏକ ମହତ୍ ଏବଂ ଆଧ୍ୟାତ୍ମିକ ଯୋଜନା ହୋଇଥିବା ବେଳେ ଧରା ପୃଷ୍ଠକୁ ସବୁଜିମା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ କହିଲେଜେ ବୃକ୍ଷ ହିଁ ଜୀବନ,ମା ଗର୍ଭରୁ ଆମେ ଆସିଲା ପର ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ବିଶୁଦ୍ଧ ଅମ୍ଳଯାନ ଆବଶ୍ୟକ ପଡିଥାଏ l ଆଧୁନିକରଣ ଜଗତିରେ ଆମେ ଯେତିକି ଆଗକୁ ବଢ଼ୁଛେ ସେହି ଅନୁପାତରେ ସୁସ୍ଥ ଶରୀର, ନିରାମୟ ଜୀବନ ପାଇଁ ବୃକ୍ଷ ରୋପଣ କରିବାକୁ ପଡ଼ିବ l ଏଣୁ ଏକ ପେଡ ମାଁ କେ ନାମ୍ ରେ ସମସ୍ତେ ନିଷ୍ଠାପର ଭାବେ ସାମିଲ ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ l ସଭାପତି ଭାଷଣରେ ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ଘରେ ବୃକ୍ଷ ରୋପଣ କରିବାସହ ନିଜ ପିତା ମାତା ସାହି ପଡ଼ିଶାର ଜନସାଧାରଣ ମାନଙ୍କୁ ବୃକ୍ଷର ବର୍ତ୍ତମାନ ସମୟରେ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ଜୀବଜଗତ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ସୁସ୍ଥ ନିରୋଗୀ ଜୀବନ ଯାପନ ପାଇଁ ଆହ୍ଵାନ ଦେଇଥିଲେ l ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୁପଶ୍ରୀ ରାଣୀ ଗୁମାନ ସିଂହ ଏହି ଅଭିନବ ଯୋଜନା ଏକ ପେଡ ମାଁ କେ ନାମ୍ ଖୋର୍ଦ୍ଧା ଜିଲ୍ଲାକୁ ସବୁଜମୟ କରିବାକୁ ନିଶ୍ଚିତ ଭାବେ ସଫଳତା ଆଣିବ ବୋଲି ପ୍ରକାଶ କରିଥିଲେ l ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା, ଜ୍ୟୋତି ଶଙ୍କର ସାହୁ ପ୍ରଦାନ କରିଥିବା ବେଳେ ପଲ୍ଲା ତୋଟାପଡ଼ା ସରପଞ୍ଚ ମନପ୍ରିତ୍ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବ ସମାଜ, ଛାତ୍ର ସମାଜ, ବିଭାଗୀୟ ଅଧିକାରୀ ବୃନ୍ଦ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ପ୍ରମୁଖ ଯୋଗଦେଇଥିଲେ ।ସେହିପରି ନାଲିପଡା ଅର୍ଜ୍ଜୁନପୁର ଅଞ୍ଚଳରେ ଅବସ୍ଥିତ ଷଷ୍ଠ ଭାରତ ସଂରକ୍ଷିତ ବାହିନୀ (ଆଇଆରବି )ଖୋର୍ଦ୍ଧା କ୍ୟାମ୍ପସ ମଧ୍ୟରେ ପୋଲିସ ଡିଜି ୟ୍ୟା ବି ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିମ୍ମନାଶୀୟମ ଉଦଘାଟନ କରିବା ସହ କ୍ୟାମ୍ପସ ପରିସରରେ ମା ପାଇଁ ଗଛ ଟି ର ଚାରା ଲଗାଇଥିଲେ। ତେବେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି (ଏସଏପି)ରାଜେଶ କୁମାର ,ଷଷ୍ଠ ବାଟାଲିୟନ ଆଇଆରବିର କମାଣ୍ଡାଣ୍ଟ ଖୋର୍ଦ୍ଧା ବସନ୍ତ କୁମାର ଦାସ ଓ ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଅଧିକ୍ଷୀକ ବିବେକାନନ୍ଦ ଶର୍ମା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ତେବେ ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଅନ୍ତର୍ଗତ ଆଦର୍ଶ,ସଦର,ଶିଳ୍ପାଞ୍ଚଳ,ନାଚୁଣୀ, ବାଣପୁର,ଟାଙ୍ଗି,ବାଲୁଗାଁ,ବେଗୁନିଆ,ବୋଲଗଡ,ବାଘମାରି ଆଦି ଥାନା ପକ୍ଷରୁ ବିଭିନ୍ନ ଥାନା ପରିସର ସମେତ ନିକଟସ୍ଥ ଗ୍ରାମ୍ୟ ରାସ୍ତା କଡ଼ରେ ୨୫୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande