ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ମାକ୍ରୋୱେବ୍ ଟେକ୍ନୋଲୋଜି କ୍ୟାମ୍ପସରେ ମାକ୍ରୋୱେବ୍ ସୋଲାର ନାମକ ଏକ ନୂଆ ଡିଭିଜନ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀଙ୍କ ଦ୍ୱାରା କଲେଜ ରୋଡ ଭଦ୍ରକ ଠାରେ ଉଦଘାଟିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ପିଏମ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା ସମ୍ପର୍କରେ ସାଂସଦ ଆଲୋକପାତ କରିଥିଲେ । ଏବଂ ପ୍ରଚଳିତ ସ୍କିମରୁ ଫାଇଦା ନେବାପାଇଁ ଅନୁରୋଧ କରିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆୟୋଜିତ ଉତ୍ସବର ସଫଳ କାମନା କରିଥିଲେ ଏବଂ ସୂର୍ଯ୍ୟଶକ୍ତିର ବ୍ୟବହାର ପାଇଁ ଉପସ୍ଥିତ ସମସ୍ତ ଶ୍ରୋତାଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ସଂଗ୍ରାମ ଆଚାର୍ଯ୍ୟ ଅନୁଷ୍ଠାନର ଭିତିଭୂମି ଏବଂ ସଫଳତା ଦେଖି ଏଭଳି ଅନୁଷ୍ଠାନ ଭଦ୍ରକ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ । ଟିପିଏନଓଡିଏଲ୍ର ମୁଖ୍ୟଯନ୍ତ୍ରୀ ରାଜୀବ ନାୟକ ପିଏମ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା ସମ୍ପର୍କରେ ଉପସ୍ଥିତ ଅନୁଷ୍ଠାନର ଛାତ୍ର ଛାତ୍ରୀ ,ଭେଂଡର ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଂକ ମଧ୍ୟରେ ଟିପିଏନଓଡିଏଲ୍ ଭଦ୍ରକର ଅଧିକ୍ଷଣଯନ୍ତ୍ରୀ ଉପେନ୍ଦ୍ରନାଥ ସାହୁ ,ନିର୍ବାହୀଯନ୍ତ୍ରୀ ରଶ୍ମିରଂଜନ ବେହେରା ଉତ୍ସବରେ ସାମିଲ ହୋଇଥିଲେ । ମାକ୍ରୋୱେବ୍ ସୋଲାର ଡିଭିଜନର ପ୍ରଯୋଜକ ମୁଖ୍ୟ ସତଦ୍ରୁ ସାହା ଏବଂ ଟେକନିକାଲ ମୁଖ୍ୟ ବିଧାନ ସାହା ସୂର୍ଯ୍ୟଶକ୍ତି କିପରି ଉତ୍ପାଦନ ହେଉଛି ଆବଶ୍ୟକୀୟ ଯନ୍ତ୍ରପାତି ବ୍ୟବହାର କରି ପ୍ରଦର୍ଶିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ ଆଗ୍ରହୀ ଯୁବକ , ଯୁବତୀ , ଇଛୁକ ବ୍ୟକ୍ତି , ଶୁଭେଛୁ, ଅନେକ ବ୍ୟବସାୟୀ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦେଶିକା ଶ୍ରୀମତୀ ନମ୍ରତା ରାୟ ପ୍ରଛଜପଟରେ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ । ଅନୁଷ୍ଠାନର ପରିଚାଳନା ନିର୍ଦେଶକ ମନୋଜ କୁମାର ରାୟ ସ୍ୱାଗତଭାଷଣ ପ୍ରସଙ୍ଗରେ ମାକ୍ରୋୱେବ୍ ଟେକ୍ନୋଲୋଜିର ଭୂମିକା ସମ୍ବଧରେ ଅବଗତ କରାଇଥିଲେ ଏବଂ ଯେହେତୁ ସାରା ଓଡିଶା ପାଇଁ ମାକ୍ରୋୱେବ୍ ସୋଲାର ଅନୁବନ୍ଧିତ ହୋଇପାରିଛି । ସେଥିପାଇଁ ସେ ଟିପିଏନଓଡିଏଲ୍ କତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ବିଶ୍ୱକର୍ମା ପୂଜା ବ୍ୟତୀତ ସୋଲାର ଊସଙ୍ଖସଗ୍ଦସକ୍ଟଦ୍ଭ ର ଉଦଘାଟନ ଉତ୍ସବରେ ସାମିଲ ହୋଇ ସହାୟତା କରିଥିବାରୁ ଶ୍ରୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ