ଜୟପୁର, 17 ସେପ୍ଟେମ୍ବର (ହି.ସ.)
ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ୩ ଜଣ ମହିଳା ଏନି ସି ସି କ୍ୟାଡେଟ ଅଲ ଇଣ୍ଡିଆ ସ୍ଥଳ ସେନା କ୍ୟାମ୍ପ ଭାଗ ନେବାର ସୁଯୋଗ ପାଇଥିଲେ । ଜେ.ୟୁ.ଓ ଶ୍ୱାତୀ ଜାନୀ , କ୍ୟାଡେଟ ନଗମା ନିଗର, ଏବଂ କ୍ୟାଡେଟ ଶକ୍ତି ଶ୍ରେୟା ପଟ୍ଟନାୟକ ତିନି ମାସ ଫ୍ରି ଟ୍ରେନିଂ କ୍ୟାମ୍ପରେ କଠିନ ପରିଶ୍ରମ କରି ସବେଶ୍ରଷ୍ଠ ଭାବରେ ଚୟନ ହୋଇ ଅଲ ଇଣ୍ଡିଆ ସ୍ଥଳ ସେନା କ୍ୟାମ୍ପ ଦିଲ୍ଲୀରେ ଯୋଗ ଦେଇଥିଲେ । ଦଶ ଦିନ ଧରି ଦିଲ୍ଲୀରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ଭାଗ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି