କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
ମୁଖୀଗୁଡା ୧୭ ସେପ୍ଟେମ୍ବର (ହି ସ) - ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ଆଜି ମୁଖୀଗୁଡା -ଜୟପାଟଣା ରାସ୍ତା କରଞ୍ଜିଗୁଡା ଠାରେ ରାସ୍ତା ଅବରୋଧ କରାଯାଇଛି । ଗତ ୧୩ତାରିଖ ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ କରଞ୍ଜିଗୁଡା ଗ୍ରାମର ସଞ୍ଜୟ କୁମାର ନାଏକ (୩୫) ମୁଖୀଗୁଡାରୁ ଔଷଧ କିଣି ମୋଟର ସାଇକେଲ
ରାସ୍ତା ଅବୋରାଧ


ମୁଖୀଗୁଡା ୧୭ ସେପ୍ଟେମ୍ବର (ହି ସ) - ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦାବିରେ ଆଜି ମୁଖୀଗୁଡା -ଜୟପାଟଣା ରାସ୍ତା କରଞ୍ଜିଗୁଡା ଠାରେ ରାସ୍ତା ଅବରୋଧ କରାଯାଇଛି । ଗତ ୧୩ତାରିଖ ସନ୍ଧ୍ୟାରେ ଜୟପାଟଣା ଥାନା ଅନ୍ତର୍ଗତ କରଞ୍ଜିଗୁଡା ଗ୍ରାମର ସଞ୍ଜୟ କୁମାର ନାଏକ (୩୫) ମୁଖୀଗୁଡାରୁ ଔଷଧ କିଣି ମୋଟର ସାଇକେଲରେ ଫେରୁଥିବା ବେଳେ ମୁଖୀଗୁଡା ଆଇଭି ନିକଟରେ ଜୟପାଟଣା ପଟୁ ମୁଖୀଗୁଡା ଫେରୁଥିବା ମୁଖୀଗୁଡାର ସନ୍ତୋଷ ମାଝୀ ଙ୍କ ମୋଟର ସାଇକେଲରେ ରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ ତାଙ୍କୁ ଭବାନୀପାଟଣା ବୁର୍ଲା ଏବଂ ପରେ ରାୟପୁର ନିଆଯାଇଥିଲା ଗତ ରାତିରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ୩ଟାରୁ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଏବଂ ସନ୍ତୋଷକୁ ବିରଫ ଦାବିରେ ମୃତ ସଞ୍ଜୟଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟ ମୃତ ସଞ୍ଜୟ ଙ୍କ ଶବ ରଖି ମୁଖୀଗୁଡା -ଜୟପାଟଣା ରାସ୍ତା ଅବରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande