ସମ୍ବଲପୁରରେ 'ସୁସ୍ଥ ନାରୀ ଓ ସଶକ୍ତ ପରିବାର' ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ

ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.) ସମ୍ବଲପୁରର ଦେବେଇପାଲି ସ୍ଥିତ ହୋମିଓପାଥି କଲେଜ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ 'ସୁସ୍ଥ ନାରୀ, ସଶକ୍ତ ପରିବାର' ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମଧ୍ୟପ୍ରଦେଶ ଠାରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ରବିନାରାୟଣ ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଅଧିକ୍ଷକ ରେହାନ କ୍ଷତ୍ରି, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ପ୍ରମୁଖ ଆଭାସୀ ମାଧ୍ୟମରେ ମଧ୍ୟପ୍ରଦେଶରୁ ସିଧାପ୍ରସାରଣ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚଳିତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି କାର୍ଯ୍ୟକ୍ରମରେ ସବୁ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବ। ଇ.ଏନ୍.ଟି, ଚକ୍ଷୁ, ରକ୍ତଚାପ, ମଧୁମେହ, ରକ୍ତ ପରୀକ୍ଷା, ମୁଖ-ଗହ୍ଵର, ସ୍ତନ ଏବଂ ଗ୍ରୀବା କର୍କଟ, ଗର୍ଭବତୀ ମହିଳା ମାନଙ୍କ ପାଇଁ ପ୍ରସବ ପୂର୍ବବର୍ତ୍ତୀ ସ୍ବାସ୍ଥ୍ୟ ପରୀକ୍ଷା, ଟୀକାକରଣ, ରକ୍ତହୀନତା ସ୍ତର ଯାଞ୍ଚ, ଟେଲିମାନସ ସେବା, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଆନେମିଆ ଆଦି ରୋଗ ପାଇଁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଏହି ଅଭିଯାନ ସମୟରେ ସବ୍ ସେଣ୍ଟର୍ , ପି.ଏଚ୍.ସି, ସି.ଏଚ୍.ସି, ଡି.ଏଚ୍.ଏଚ୍, ମେଡିକାଲ କଲେଜ୍ ପରି ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ବିଦ୍ୟାଳୟ ସ୍ତରରେ ମେଡିକାଲ ହେଲଥ ୟୁନିଟ, ମାଧ୍ୟମରେ ଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏଥି ସହିତ ସ୍ବାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ମାତୃ ଏବଂ ଶିଶୁ ସୁରକ୍ଷା କାର୍ଡ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ପଞ୍ଜିକରଣ ଆୟୁଷ୍ମାନ ବାୟୋବନ୍ଦନା କାର୍ଡ, ସିକିଲ ସେଲ କାର୍ଡ, ପୋଷଣସ୍ଥିତି ଯାଞ୍ଚ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ବ୍ୟବସ୍ଥା କରାଯାଉଛି। ଏହି ସବୁ ସେବା ପାଇବା ପାଇଁ ମହିଳା ଓ ଶିଶୁମାନେ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନୱାଡୀ କେନ୍ଦ୍ରରେ ଯୋଗାଯୋଗ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande