ସରକାରୀ ମହିଳା ମହାବିଦ୍ୟାଳୟରେ 'ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମ
ଜୟପୁର, 17 ସେପ୍ଟେମ୍ବର (ହି.ସ.) - ପ୍ରଧାନ ନ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ସରକାରୀ ମହିଳା ମହାବିଦ୍ୟାଳୟରେ ''ମା ପାଇଁ ଗଛଟିଏ '' କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦ ଘାଟନ କରିଥିଲେ ।ଏହାପରେ ମହାବିଦ୍ୟାଳୟ କର୍ମଚାରୀ
ସରକାରୀ ମହିଳା ମହାବିଦ୍ୟାଳୟରେ 'ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମ


ଜୟପୁର, 17 ସେପ୍ଟେମ୍ବର (ହି.ସ.) - ପ୍ରଧାନ ନ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ସରକାରୀ ମହିଳା ମହାବିଦ୍ୟାଳୟରେ 'ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦ ଘାଟନ କରିଥିଲେ ।ଏହାପରେ ମହାବିଦ୍ୟାଳୟ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ ସମସ୍ତ ସ୍ବେଚ୍ଛାସେବୀ ମହାବିଦ୍ୟାଳୟର ପରିସରରେ ଚାରାରୋପଣ କରିବା ସହ ଗଛର ଯତ୍ନ ପାଇଁ ଶପଥ ପାଠ କରିଥିଲେ । ମହାବିଦ୍ୟାଳୟର ଏନଏସଏସ, ଓ୍ବାଇଅାରସି ର କିଛି ସ୍ବେଚ୍ଛାସେବୀ ନିକଟସ୍ଥ ପଞ୍ଚାୟତ ବାରିଣୀପୁଟ ଗେଟଗୁଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କରିବା ସହିତ କିଛି ଛାତ୍ରୀ ନିଜ ବଗିଚାରେ ମଧ୍ୟ ଗଛ ଲଗାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନୀତା କୁମାରୀ ପ୍ରଧାନ,ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର ତଥା ଯୁବ ରେଡକ୍ରସର କାଉନସିଲର ଡ.ଉପାନନ୍ଦ ପାଣିଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀମନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande