ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି(ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ୍‌ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର, ୧୭ ସେପ୍ଟେମ୍ବର(ହି.ସ.) – ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି(ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି। ମାନ୍ୟବର ବଲା
ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି (ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି (ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି (ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି (ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି (ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ ଷ୍ଟେସନର ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


ବଲାଙ୍ଗୀର, ୧୭ ସେପ୍ଟେମ୍ବର(ହି.ସ.) – ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ୧୩୨/୩୩ କେଭି(ଡିଜିଟାଲ) ଅତ୍ୟାଧୁନିକ ଗ୍ରୀଡ ସବ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି। ମାନ୍ୟବର ବଲାଙ୍ଗିର ଲୋକସଭା ସାଂସଦ, ସଙ୍ଗୀତା ସିଂହଦେଓ, କ୍ରିଡା ଏବଂ ଯୁବ ସେବା ବିଭାଗ, ପ୍ରମୁଖ ଶାସନ ସଚିବ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ, ଅଭିଳାଷ ଜି, ମୁଖ୍ୟ ଯନ୍ତ୍ରୀ ଅପିଟିସିଏଲ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ବୈଷୟିକ ଜ୍ଞାନକୌଶଳ ରେ ନିର୍ମିତ ଏହି ସବ ଷ୍ଟେସନ ଦ୍ୱାରା ୧୮ଟି ଗ୍ରାମ ପଂଚାୟତର ୧୦୭ଟି ଗାଁରେ ଭଲଟେଜ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟ ଅତିଥି ନିଜର ଅଭିଭାଷଣରେ କହିଥିଲେ।

ସେହିପରି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗୀର ଠାରେ ଅବସ୍ଥିତ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଗୃହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପାଦିତ ହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ବଲାଙ୍ଗୀର ଲୋକସଭା ସାଂସଦ, ସଙ୍ଗୀତା ସିଂହଦେଓ, ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ ଇସଲୱାର, ମୁଖ୍ୟ ଯନ୍ତ୍ରୀ, କୃଷି, ଭୁବନେଶ୍ୱର ଇଂ. ବିଷ୍ଣୁ ପ୍ରସାଦ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ, କୃଷି, ଇଂ. ନରେନ୍ଦ୍ର ପଣ୍ଡା, ମୁଖ୍ୟ ଜିଲା କୃଷି ଅଧିକାରୀ ଧିରେନ ସିଂ ବରିହା, ନିର୍ବାହୀ ଯନ୍ତ୍ରୀ, କୃଷି, ଇଂ. ଲସ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ନିଜର ଅଭିଭାଷଣରେ କହିଥିଲେ ଆଜି ଉଦ୍‌?ଘାଟିତ ହୋଇଥିବା କୃଷି ଭବନ ରାଜ୍ୟର ୪ର୍ଥ କୃଷି ଭବନ ହୋଇଥିବାବେଳେ ୩୦ଟି ଜିଲାରେ ଏଭଳି କୃଷି ଭବନ ନିର୍ମାଣ କାର୍ଯ୍ୟ ଚାଲିଥିବା ସେ ସୂଚନା ଦେଇଥିଲେ। କୃଷକମାନେ ନୂତନ ବୈଷୟିକ ଜ୍ଞାନକୌଶଳ ଆହରଣ କରିବା ସହ ଉନ୍ନତମାନର ସେବା ସେମାନେ ପାଇପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି କାର୍ଯ୍ୟାଳୟର ସୂର୍ଯ୍ୟ ଦାଶଙ୍କ ସହ ସମସ୍ତ କର୍ମଚାରୀ ଓ ହିତାଧିକାରୀ ମାନେ ଯୋଗଦାନ କରିଥିଲେ।

ସେହିପରି ଭାବେ “ସେବା ପର୍ବ” ଅବସରରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ, ବଲାଙ୍ଗୀର ସେଟେଲାଇଟ କେନ୍ଦ୍ର, ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ, ଭାରତ ସରକାର, ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗରେ ବୟୋଜ୍ୟଷ୍ଠ ଓ ଦିବ୍ୟାଙ୍ଗ ଲୋକମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସିଆରସି ନିର୍ଦ୍ଦେଶକ ଗୁରୁବକ୍ସ ଚାନ୍ଦ ଜଗୋତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମଦନଜିତ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ନିଜର କରକମଳରେ ବୟୋଜ୍ୟଷ୍ଠ ଓ ଦିବ୍ୟାଙ୍ଗ ଲୋକମାନଙ୍କୁ ବିଭିନ୍ନ ଊପକରଣ ବଂଟନ କରିଥିଲେ। ସିଆର୍‌ସି ଓ ପିଏମଡିକେର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଉଦ୍‌ଘାଟନ କରିଛନ୍ତି। ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନ ଅଧୀନରେ ସମସ୍ତ ମହିଳା ଏବଂ ଝିଅମାନଙ୍କର ରକ୍ତହୀନତା, ସିକଲ୍ ସେଲ୍‌, ଯକ୍ଷ୍ମା, ଏନସିଡି ପାଇଁ ସ୍କ୍ରିନିଂ କରାଯିବ। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ସିଏଚସି, ପିଏଚସି ଏବଂ ଉପ-କେନ୍ଦ୍ର ସ୍ତର ମାନଙ୍କରେ ସ୍କ୍ରିନିଂ କରାଯିବ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande