ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ
ପୁରୀ 17 ସେପ୍ଟେମ୍ବର (ହି.ସ.)ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଜୟ ବିଭାଗ ପକ୍ଷରୁ ଗତକାଲି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବେଣ୍ଟପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଜୟ ଅଧିକାରୀ ବିଭୂତି ଭୂଷଣ ନାୟକ ଅଧ୍ୟକ୍ଷତା କରିବା ସହ ସ୍ୱଳ୍ପ ସଞ୍ଜୟ ର ଆବଶ୍ୟକତା ଓ ଉପକାରିତା, ସାଇବର ଠକେଇ ର ବିଭିନ୍ନ ପ୍ରକ୍ରିୟା ଓ ଏହାର ନିରାକରଣ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଓ ତାହାର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ।ବ୍ରହ୍ମଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସୁଦର୍ଶନ ବେହେରା ବ୍ୟାଙ୍କ ର ବିଭିନ୍ନ ପ୍ରକାର ଜମା, ବୀମା, ଋଣ ଦେଣ ନେଣ ସମ୍ପର୍କରେ ବିଷଦ ଆଲୋଚନା କରି ହିତାଧିକାରୀ ମାନେ ତାହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।ବେଣ୍ଟପୁର ସରପଞ୍ଚ ବିଜୟଲକ୍ଷ୍ମୀ ପଲେଇ ସ୍ୱଳ୍ପ ସଞ୍ଜୟ ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ସ୍ୱଳ୍ପ ସଞ୍ଜୟ ଅଭିକର୍ତ୍ତା କର୍ମୀ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ