ବ୍ରହ୍ମବରଦାରେ ବିଶ୍ୱକର୍ମା ପୂଜା ପାଳିତ
ଧର୍ମଶାଳା,୧୭ ସେପ୍ଟେମ୍ବର(ହି.ସ.) - ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଏନେଇ ଯାଜପୁର ଜିଲାରେ ସବୁଠି ଉତ୍ସବ ମୁଖର । ଏହି କ୍ରମରେ ରସୁଲପୁର ବ୍ଲକର ବିଭିନ୍ନ କଳକାରଖାନା ,ମଟର ଗ୍ୟାରେଜ ଓ ବୈଦ୍ୟୁତିକ କାର୍ଯ୍ୟାଳୟମାନଙ୍କରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ରସୁଲପୁର ବ୍ଲକର ବ୍ରହ୍ମବରଦାଠାର
ବ୍ରହ୍ମବରଦାରେ ବିଶ୍ୱକର୍ମା ପୂଜା ପାଳିତ


ଧର୍ମଶାଳା,୧୭ ସେପ୍ଟେମ୍ବର(ହି.ସ.) - ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଏନେଇ ଯାଜପୁର ଜିଲାରେ ସବୁଠି ଉତ୍ସବ ମୁଖର । ଏହି କ୍ରମରେ ରସୁଲପୁର ବ୍ଲକର ବିଭିନ୍ନ କଳକାରଖାନା ,ମଟର ଗ୍ୟାରେଜ ଓ ବୈଦ୍ୟୁତିକ କାର୍ଯ୍ୟାଳୟମାନଙ୍କରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ରସୁଲପୁର ବ୍ଲକର ବ୍ରହ୍ମବରଦାଠାରେ ଆଜି ବିଶ୍ୱକର୍ମା ପୂଜା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ଦେଖିବକୁ ମିଳିଛି । ପୂଜା ମଣ୍ଡପମାନଙ୍କୁ ସୁନ୍ଦର ସୁନ୍ଦର ତୋରଣ ଲଗା ଯାଇଥିବା ଦେଖିବାକୁ ମିଳିଛି । ପୂଜା ମଣ୍ଡପରେ କଳସ ସ୍ଥାପନ ପରେ ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ବିଶେଷ କରି ବହ୍ମବରଦାସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ପକ୍ଷରୁ ଧୂମଧାମରେ ଏହି ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ମୁରବୀ,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସ୍ଥାନୀୟ ଜନପ୍ରତିନିଧି ଙ୍କ ସମେତ ବିଦ୍ୟୁତ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କନିଷ୍କ ଯନ୍ତ୍ରୀ ସୟଦ ଇବ୍ରାର ଅଲ୍ଲୀ,ଅଭିଜିତ ନାୟକ,ଜଗବନ୍ଧୁ ସାହୁ, ଜିତେନ୍ଦ୍ର କର,ଉମେଶ ଚନ୍ଦ୍ର ବଟ,ଗୌରାଙ୍ଗ ବାରିକ୍‌,ବିଜୟ ବାରିକ,ସେକ୍ ଫଜଲା ବାରି,ଦିଲିପ କୁମାର ସାହୁ ଓ ରିଶବ୍ ରାଉତ ପ୍ରମୁଖ ଉପସ୍ଥିତ ରହି ପୂଜା କର୍ମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande